More

ଦଶପଲ୍ଲା ପୁରୀ ଟ୍ରେନ ବଗି ସଂଖ୍ୟା ବୃଦ୍ଧି ଦାବି

ନୟାଗଡ଼,(ଶୁଭ୍ରାନିଲ୍‌): ନୟାଗଡ଼ ଟାଉନ ଷ୍ଟେସନରୁ ଜଗନ୍ନାଥ ଧାମ ପୁରୀ ଅଭିମୁଖେ ଯାଉଥିବା ଦଶପଲ୍ଲା-ପୁରୀ ଟ୍ରେନରେ ଶ୍ରଦ୍ଧାଳୁ ଭକ୍ତ ଏବଂ ଯାତ୍ରୀ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଥିବାରୁ ଟ୍ରେନରେ ପ୍ରଭୁ ଶ୍ରୀ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଯିବା ଆସିବା କ୍ଷେତ୍ରରେ ବହୁତ ଅସୁବିଧା ହେଉଛି । ଏହି ଟ୍ରେନରେ ଅଧିକ ବଗୀ ସଂଯୋଗ କରାଗଲେ ଅଧିକା ଯାତ୍ରୀଙ୍କ ପାଇଁ ପୁରୀ ଯିବା ପାଇଁ ସୁବିଧା ହୋଇ ପାରିବ । ପର୍ବପର୍ବାଣି ଦିନମାନଙ୍କରେ ଦଶପଲ୍ଲା, କୋରଡ଼ା, ମହୀପୁର, ନୟାଗଡ଼ ଷ୍ଟେସନରେ ଜଗନ୍ନାଥ ଦର୍ଶନ ପାଇଁ ଭକ୍ତଙ୍କ ନାହିଁ ନଥିବା ଭିଡ଼ ହେଉଛି କିନ୍ତୁ ଟ୍ରେନରେ ସ୍ଥାନ ଅଭାବ ପାଇଁ ଯିବା ସମ୍ଭଵପର ହୋଇ ପାରୁନାହିଁ । ଏବେ କାର୍ତ୍ତିକ ମାସରେ ଯାତ୍ରୀ ଭିଡ ଅହେତୁକ ବୃଦ୍ଧି ପାଇଛି । ଆଗକୁ ପଞ୍ଚୁକ, କାର୍ତିକ ପୂର୍ଣ୍ଣମୀ ପାଇଁ ନୟାଗଡ଼ ଜିଲ୍ଲା ଜଗନ୍ନାଥ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ ପ୍ରଚଳନ କରାଯିବା ସହିତ ଯାତ୍ରୀ ଭିଡ଼ ସ୍ୱାଭାବିକ କରିବା ପାଇଁ ଦଶପଲ୍ଲା-ପୁରୀ ପାସେଞ୍ଜର ଟ୍ରେନରେ ଅଧିକ ବଗୀ ସଂଯୋଗ କରିବା ପାଇଁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଦାବୀ କରାଯାଉଛି । ଏନେଇ ପୁରୀ ସାଂସଦ ସମ୍ବିତ ପାତ୍ରଙ୍କୁ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି ।

error: Content is protected !!