ନୟାଗଡ଼,(ଶୁଭ୍ରାନିଲ୍): ନୟାଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରେ କାର୍ଯ୍ୟରତ ୩ ଜଣ ସହକାରୀ ଯନ୍ତ୍ରୀଙ୍କର ବଦଳି ହୋଇଛି । ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ନୟାଗଡ଼ ବ୍ଲକରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଚନ୍ଦ୍ରଶେଖର ସାମନ୍ତରାୟଙ୍କ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବଦଳି ହୋଇଛି । ସେହିଭଳି ଭାବେ ଅଶୋକ କୁମାର ଦଳବେହେରାଙ୍କ ପୁରୀ ଜିଲ୍ଲା ସଦରବ୍ଲକକୁ ବଦଳି ହୋଇଛି । ଜ୍ଞାନେନ୍ଦ୍ର ପାଢ଼ୀଙ୍କର ଅନୁଗୋଳ ଜିଲ୍ଲା ଛେଣ୍ଡିପଦାକୁ ବଦଳି ହୋଇଥିବା ସୂଚନା ମିଳିଛି ।
