ନୟାଗଡ଼,(ଶୁଭ୍ରାନିଲ): ନୟାଗଡ଼ ଜିଲ୍ଲା ପୁଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା ଅନୁଷ୍ଠିତ ହୋଇଯାଇଛି। ନୟାଗଡ ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀଙ୍କ ଅଧ୍ୟକ୍ଷତାରେ ନୟାଗଡ ପୁରୁଣା ସହର ଯଦୁମଣି ମଣ୍ଡପଠାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ନୟାଗଡ଼ ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଶାନ୍ତ କୁମାର ଦାଶ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ଜିଲ୍ଲାପାଳ ନିକଟରେ ତାଙ୍କ ନାମରେ ଫେକ ଆକାଉଣ୍ଟ ଖୋଲି ଠକେଇ ଉଦ୍ୟମ କରାଯାଇଥିବା ବିଷୟ ଉପସ୍ଥାପନ କରିବା ସହ କିଭଳି ସଚେତନ ରହିବେ ସେ ନେଇ ମତ ଦେଇଥିଲେ। ଏହି ଅବସରରେ ଦସ୍ତଖତ ଅଭିଯାନ ସହ ଅତିଥିମାନେ ସାଇବର ସୁରକ୍ଷା ଉପରେ ମତ ଦେଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା, ସାଇବର ସୁରକ୍ଷା ଅଭିଯାନ ସଂଯୋଜକ ତଥା ଡିଏସପି ସୁଶାନ୍ତ କୁମାର ପାତ୍ର, ଏସଡିପିଓ ନୟାଗଡ଼ ଜ୍ୟୋତି ରଞ୍ଜନ ସାମନ୍ତରାୟ, ଖଣ୍ଡପଡ଼ା ଏଡିପିଓ ମଦନ ମୋହନ ପ୍ରଧାନଙ୍କ ସମେତ ବହୁ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

