More

ରାଜ୍ୟସ୍ତରରେ ବିଦ୍ୟାବିଜିତାଙ୍କ ସଫଳତା

ନୟାଗଡ଼,(ଶୁଭ୍ରାନିଲ୍‌): କିଶୋରୀ କିଶୋର ମାନଙ୍କ ସମାବେଶ କଳିଙ୍ଗ ଷ୍ଟାଡିୟମ ଭୁବନେଶ୍ୱରରେ ଆୟୋଜିତ ଉତ୍ସବରେ ନୟାଗଡ ଜିଲ୍ଲା ତଥା ନୟାଗଡ଼ ବ୍ଲକ ତରଫରୁ ପ୍ରତନିଧିତ୍ୱ କରୁଥିବା ସୁଶ୍ରୀ ବିଦ୍ୟାବିଜିତା ମହାନ୍ତି ମୁଖ୍ୟଅତିଥି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଦ୍ୱାରା \” ଅଦ୍ଵିକା\”(ଅନନ୍ୟା) ସମ୍ମାନ ସମ୍ମାନିତ ହୋଇଛନ୍ତି । ବିଦ୍ୟାବିଜିତା ଡିଜିଟାଲ ଷ୍ଟୋରୀ ଟେଲିଙ୍ଗରେ ଭାଗ ନେଇ ଏହି ସନ୍ନମାନ ପ୍ରାପ୍ତ ହୋଇଛନ୍ତି । ରାଜ୍ୟସ୍ତରୀୟରେ ନୟାଗଡ଼ ଜିଲ୍ଲାର ସମ୍ମାନ ରଖିଥିବାରୁ ଜିଲ୍ଲା ମହିଳା ଓ ଶିଶୁଵିକାଶ ଅଧିକାରିଣୀଙ୍କ ସମେତ ନୟାଗଡ଼ ବ୍ଲକ ମହିଳା ଓ ଶିଶୁଵିକାଶ ଅଧିକାରିଣୀ, ସୁପରଭାଇଜର ଓ ଅନ୍ୟାନ୍ୟ ଅଧିକାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିବା ସାଙ୍ଗକୁ ସ୍ୱାଗତ ଜଣାଇଛନ୍ତି ତତସହିତ ଜନସାଧାରଣଙ୍କ ମଧ୍ୟରେ ଖୁସିର ମାହୋଲ ସୃଷ୍ଟି ହୋଇଛି ।

error: Content is protected !!