ନୟାଗଡ଼,(ଶୁଭ୍ରାନିଲ୍): ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ମହୀପୁର ନିକଟସ୍ଥ ରେଳଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯୁବକ ଜଣଙ୍କ ହେଲେ ନୟାଗଡ଼ ସଦରଥାନା ଅନ୍ତର୍ଗତ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଡିହଗାଁର ରାଜକିଶୋର ପ୍ରଧାନଙ୍କ ପୁଅ ସୁଶାନ୍ତ କୁମାର ପ୍ରଧାନ । ଗତକାଲି ରାତିରେ ସୁଶାନ୍ତ ଗତକାଲି ନୟାଗଡ଼ ଟାଉନ ଷ୍ଟେସନରେ ବାଇକ ରଖି ଟ୍ରେନ ଯୋଗେ ମହୀପୁର ଅଭିମୁଖେ ଯାଇଥିଲେ । ରେଳ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି । ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।
