ବ୍ୟଥା

ବାରବାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉତ୍ତେଜନା, ଶିକ୍ଷକଙ୍କୁ ତାଲା

ନୟାଗଡ଼,(ଶୁଭ୍ରାନିଲ): ନୟାଗଡ ସଦର ବ୍ଲକ ବାରବାଟି ପ୍ରାଥମିକ ବିଦ୍ୟାଳୟରେ ଆଜି ଚାପା ଉତ୍ତେଜନା ଦେଖାଯାଇଛି। ଅଭିଭାବକମାନେ ଶିକ୍ଷକଙ୍କୁ ତାଲା ପକାଇ ପ୍ରତିବାଦ କରିଛନ୍ତି। ଗତକାଲି ବିଦ୍ୟାଳୟ ଛୁଟି ହେବା ପରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀମାନେ ତାଲା ପକାଇ ଚାଲି ଯାଇଥିଲେ। ବିଦ୍ୟାଳୟ ପରିସରକୁ ପାଣି ପାଇଁ ଯାଇଥିବା ଜଣେ ବ୍ୟକ୍ତି ଦେଖିବା ପରେ ପିଲାଟିକୁ ଉଦ୍ଧାର କରିଥିଲେ। ଆଜି ସ୍ଥାନୀୟ ଅଭିଭାବକମାନେ ବିଦ୍ୟାଳୟ ଖୋଲିବା ପରେ ପ୍ରତିବାଦ କରିବା ସହ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ତାଲା ପକାଇ ଦେଇଥିବା ଜଣାପଡିଛି। ଖବର ପାଇ ସଦରଥାନା ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା ପରେ ତାଲା ଖୋଲା ଯାଇଥିବା ସୂଚନା ମିଳିଛି।

error: Content is protected !!