ନୟାଗଡ଼,(ଶୁଭ୍ରାନିଲ୍): ନୟାଗଡ଼ ଜିଲ୍ଲା ସଦରବ୍ଲକ କେନ୍ଦୁଢିପି ସମିତିସଭ୍ୟା ତିଳୋତ୍ତମା ଗୁରୁଙ୍କ ସ୍ୱାମୀ ପ୍ରମୋଦ କୁମାର ଗୁରୁଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । କେନ୍ଦୁଢିପି ଗ୍ରାମର କିଛି ବିଜେପି କର୍ମୀ ଆରତ ବେହେରାଙ୍କ ପ୍ରରୋଚନାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୋଟିଏ ଡ୍ରେନ ନିର୍ମାଣକୁ ଆରତ ବିରୋଧ କରି ଆସୁଥିଲେ । ଯାହାକୁ ନେଇ ଦୁଇ ଦିନ ତଳେ ବଚସା ହୋଇଥିଲା । ଆଜି ପ୍ରମୋଦଙ୍କ ସହ ଉକ୍ତ ଗ୍ରାମର ଗୁରୁ ଓମପ୍ରସାଦ ନାମକ ଜଣେ ଯୁବକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଛି । ପ୍ରମୋଦଙ୍କ କାନ୍ଧକୁ ହାଣି ଦିଆଯାଇଛି । ତା ସହିତ ଗୁରୁ ଓମପ୍ରସାଦଙ୍କ ମୁଣ୍ଡ ଫାଟିଛି । ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରାଯାଇଛି । ପ୍ରମୋଦଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ଇଟାମାଟି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ୍ କରୁଛି ।
