ବ୍ୟଥା

ଶବ ରଖି ରାସ୍ତା ଅବରୋଧ

ନୟାଗଡ଼,(ଶୁଭ୍ରାନିଲ୍‌): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ରୋହିବାଙ୍କ ପଞ୍ଚାୟତ ଲାଉଖାଲ ନୃସିଂହପ୍ରସାଦ ଗ୍ରାମବାସୀ ୨୧ ନଂ ଭଞ୍ଜନଗର-ଭୁବନେଶ୍ୱର ରାଜ୍ୟପଥରେ ମୃତଦେହ ରଖି ରାସ୍ତାକୁ ଅବରୋଧ କରିଛନ୍ତି। ବିଶେଷ କରି ମୃତକ ନାବାଳକଙ୍କ ପରିବାର ବର୍ଗଙ୍କୁ ଆର୍ଥିକ ସହାୟତା ଓ ଦୋଷୀ ବିରୁଦ୍ଧରେ କାର‌୍ୟ୍ୟାନୁଷ୍ଠାନ ଦାବିରେ ରାସ୍ତାରୋକ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ କାର୍ତ୍ତିକମାସ ଉପଲକ୍ଷେ ଶନିବାର ସନ୍ଧ୍ୟା ସମୟରେ ଗାଁର ଯୁବକମାନେ ଭଜନ ସଂକୀର୍ତ୍ତନ କରୁଥିବା ସମୟରେ ହଠାତ ଆମ ଓଡ଼ିଶା ନବୀନ ଓଡିଶା ଯୋଜନା ଅନ୍ତର୍ଗତ ନିର୍ମାଣ ହୋଇଥିବା ଉନ୍ନୟନ ପ୍ରକଳ୍ପର କାର‌୍ୟ୍ୟ ଫଳକ ହଠାତ ଭୁଶୁଡି ପଡିଥିଲା। ସେହି ସମୟରେ ଉକ୍ତ ସ୍ଥାନ ଦେଇ ଯାଉଥିବା ହୀନ ମହାଙ୍କୁଡ଼ (୧୪)ଙ୍କ ଉପରେ ଲଦି ହୋଇଯାଇଥିଲା। ଫଳରେ ନାବାଳକର ମୁଣ୍ଡ ସମେତ ଗୋଡ଼ ଓ ଶରୀରରେ ଗଭୀର ଆଘାତ ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ଅବସ୍ଥାରେ ଓଡ଼ଗାଁ ଡାକ୍ତରଖାନାରେ ମୃତ୍ୟୁ ଘୋଷିତ ହୋଇଥିଲା। ଆଜି ସକାଳୁ ଶବ ବ୍ୟବଚ୍ଛେଦ କରି ପରିବାରବର୍ଗଙ୍କୁ ସ୍ଥାନାନ୍ତର ପରେ ଗ୍ରାମବାସୀ ମୃତ ଦେହକୁ ରାଜ୍ୟରାଜପଥ ଉପରେ ରଖି ପ୍ରତିବାଦ ଜଣାଇଛନ୍ତି। ଘଟଣାସ୍ଥଳରେ ଓଡ଼ଗାଁ ପୁଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି।

error: Content is protected !!