ବ୍ୟଥା

ପଦୋନ୍ନତୀରୁ ବଞ୍ଚିତ ୪ ଏସ୍‌ଆଇ

ନୟାଗଡ଼,(ଶୁଭ୍ରାନିଲ୍‌): ରାଜ୍ୟରେ ୨୦୧୭ ମସିହାରେ ନିଯୁକ୍ତି ପାଇଥିବା ୬୨୫ ଜଣ ଏସ୍‌ଆଇଙ୍କ ମଧ୍ୟରୁ କିଛି ବ୍ୟକ୍ତି ଚାକିରି ଛାଡ଼ି ଦେଇଥିବା ବେଳେ ଅନେକ ପୁଲିସ ଏସ୍‌ଆଇଙ୍କ ନାମରେ ଭିଜିଲାନ୍ସ ମାମଲା, ବିଭାଗୀୟ ପ୍ରୋସିଡିଂ, ସମ୍ପତି ତାଲିକା ପ୍ରଦାନ କରିନଥିବା ଜଣାପଡ଼ିଛି । ସେମାନଙ୍କୁ ବାଦ ଦେଇ ରାଜ୍ୟ ପୁଲିସ ବିଭାଗ ୪୨୭ ଜଣଙ୍କୁ ପଦୋନ୍ନତୀ ଦେଇଥିବା ସୂଚନା ମିଳିଛି । ଏହି ପଦୋନ୍ନତୀ ତାଲିକାରେ ନୟାଗଡ଼ ଜିଲ୍ଲାର ୧୧ ଜଣ ଏସ୍‌ଆଇଙ୍କ ନାମ ରହିଛି । ନୟାଗଡ଼ ଜିଲ୍ଲାର ୪ ଜଣ ଏସ୍‌ଆଇ ପଦୋନ୍ନତୀରୁ ବଞ୍ଚିତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଫତେଗଡ଼ ଥାନାରେ କାର୍ଯ୍ୟରତ ଏସ୍‌ଆଇ ରାଇବିରି ତିରିଆ, ଅଞ୍ଜଳୀ ସା, ଓଡ଼ଗାଁ ଥାନାରେ କାର୍ଯ୍ୟରତ ଏସ୍‌ଆଇ ଚକ୍ରଧର ସିଂ, ରଣପୁର ଥାନାରେ କାର୍ଯ୍ୟରତ ଏସ୍‌ଆଇ ରମେଶ ଚନ୍ଦ୍ର ଜେନା ରହିଛନ୍ତି । ଏହି ଏସ୍‌ଆଇଙ୍କ ପଦୋନ୍ନତୀ ହୋଇନଥିବା ସୂଚନା ମିଳିଛି । ଯାହାକୁ ନେଇ ନୟାଗଡ଼ ଜିଲ୍ଲା ପୁଲିସରେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି ।

error: Content is protected !!