ମନୋରଞ୍ଜନ

ଦୃଷ୍ଟି ଆକଳନ ଶିବିର

ନୟାଗଡ଼,(ଶୁଭ୍ରାନିଲ୍‌): ନୟାଗଡ଼ ଜିଲ୍ଲାରେ ଭିନ୍ନକ୍ଷମ ଶିଶୁ ଓ ବ୍ୟକ୍ତି ମାନଙ୍କ କଲ୍ୟାଣ ନିମନ୍ତେ କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରତିଷ୍ଠିତ ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ନୟାଗଡ଼ ଦ୍ବାରା ସେବା ପରିସରରେ ଏକ ଦୃଷ୍ଟି ଆକଳନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ଲିଆନା ଚକ୍ଷୁ ଚିକିତ୍ସାଳୟ ଓ ଗବେଷଣା କେନ୍ଦ୍ର ନୟାଗଡ଼ଙ୍କ ସହାୟତାରେ ଅନୁଷ୍ଠିତ ହୋଇଥିଲା । ଲିଆନା ଚକ୍ଷୁ ଚିକିତ୍ସାଳୟ ଚିକିତ୍ସକ ଆକାଶ ଗୋଛାୟତ, ହରିପ୍ରୀୟା ବରାଡ ଓ ଜିତେନ୍ଦ୍ର ନାୟକ ପ୍ରମୁଖ ଚକ୍ଷୁ ପରୀକ୍ଷା କରିବା ସହ ଆବଶ୍ୟକୀୟ ଔଷଧ ମାଗଣାରେ ବଣ୍ଟନ କରିଥିଲେ । ଯେଉଁ ଦୃଷ୍ଟି ବାଧିତ ବ୍ୟକ୍ତି କିମ୍ବା ଶିଶୁଙ୍କ ଚଷମା ଦରକାର ହେଵ ସେମାନଙ୍କ ପାଇଁ ପରବର୍ତ୍ତୀ ସମୟରେ ମାଗଣାରେ ଯୋଗାଇ ଦିଆଯିବ । ଯେଉଁ ମାନଙ୍କର ଚକ୍ଷୁ ଅପରେସନ ହେବ ସେମାନଙ୍କୁ ମାଗଣାରେ ଲିଆନ ଚିକିତ୍ସାଳୟରେ ଅପରେସନ କରାଯିବ ବୋଲି ସୂଚନା ମିଳିଛି । ଏହି ଶିବିରରେ ୫୫ ଜଣ ଚକ୍ଷୁ ରୋଗୀ ସେମାନଙ୍କର ଚକ୍ଷୁ ପରୀକ୍ଷା କରିଥିଲେ । ସାମାଜିକ କର୍ମୀ ପ୍ରବୀର ମୁଖୀ, ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ଡାକ୍ତର ଅଭିଳାଷ ଦାଶ, ଡାକ୍ତର ପ୍ରଭୁ ଦତ୍ତ ପଣ୍ଡା, ସ୍ବତନ୍ତ୍ର ଶିକ୍ଷକ ରାମେଶ୍ବର ପାତ୍ର, ସ୍ବତନ୍ତ୍ର ଶିକ୍ଷୟିତ୍ରୀ ସାଗରିକା ସାହୁ, ତ୍ରିନାଥ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

error: Content is protected !!