ମନୋରଞ୍ଜନ ସାଂସ୍କୃତିକ

ବରିଷ୍ଠ ନାଗରିକଙ୍କ ପାଇଁ ୧୫ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ନୟାଗଡ଼,(ଶୁଭ୍ରାନିଲ୍‌): ନୟାଗଡ଼ ସିଭିଲ ସୋସାଇଟ ପକ୍ଷରୁ ଆସନ୍ତାକାଲି ତଥା ୧୪ ତାରିଖ ଅପରାହ୍ନରେ ଏକ ପ୍ରବଚନ କାର୍ଯ୍ୟକ୍ରମ ରହିଛି । ୧୫ ତାରିଖରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା ସୂଚନା ଦିଆଯାଇଛି । ଏହି ଦିନ ଯୋଗ ଶିବିର, କ୍ରୀଡ଼ା ପ୍ରତିଯୋଗୀତା, ଜେଜେଙ୍କ ଜନ୍ମଦିନ ଏବଂ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରାଯିବ । ଏହା ସହିତ ବୃଦ୍ଧାଶ୍ରମ ଅନ୍ତବାସୀଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରହିଥିବା ସିଭିଲ୍ ସୋସାଇଟ ମୁଖ୍ୟ ଗୋଦାବରୀ ସାହୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ନୟାଗଡ଼ ନୀଳମାଧବ କଲ୍ୟାଣ ମଣ୍ଡପଠାରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅତିଥି ଭାବେ ଯୋଗ ଦେବା ପାଇଁ ଚୂଡ଼ାନ୍ତ ହୋଇଛି । ନୟାଗଡ଼ ସହରରେ ଅବସ୍ଥାନ କରୁଥିବା ଅନେକ ବରିଷ୍ଠ ନାଗରିକଙ୍କ ପାଖରେ ପୁଅ ବୋହୁ, ଝିଅ ଜ୍ୱାଇଁ କେହି ରହୁନଥିବା ବେଳେ ସେମାନଙ୍କ ପାଖରେ ରହୁଥିବା ସେବିକା ଓ ସେବକମାନଙ୍କୁ ଏହି କାର୍ଯ୍ୟକ୍ରମରେ ଉତ୍ସାହିତ କରାଯିବାର ବ୍ୟବସ୍ଥା ରହିଥିବା ସୂଚନା ମିଳିଛି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆବାହକ ଶ୍ରୀକାନ୍ତ କୁମାର ଖଟେଇଙ୍କ ସମେତ ସିଭିଲ୍ ସୋସାଇଟର ବହୁ ସଦସ୍ୟ ଉପସ୍ଥିତ ରହିଥିଲେ ।

error: Content is protected !!