ମନୋରଞ୍ଜନ

ପୂର୍ବତନ ରାଷ୍ଟ୍ରପତିଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି

ନୟାଗଡ଼,(ଶୁଭ୍ରାନିଲ୍‌): ବିଶିଷ୍ଟ ବୈଜ୍ଞାନିକ, ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମିଜାଇଲ ମ୍ୟାନ ଭାବରେ ପରିଚିତ ଭାରତରତ୍ନ ଡ. ଏ.ପି.ଜେ.ଅବଦୁଲ୍ କଲାମଙ୍କ ଜୟନ୍ତୀ ଅବସରରେ ନୟାଗଡ଼ ମଣ୍ଡଳ ଶିକ୍ଷା ବିଭାଗ କାର‌୍ୟ୍ୟାଳୟରେ ଅବସ୍ଥିତ ଡ. କଲାମଙ୍କ ପ୍ରତିମୂର୍ତ୍ତିରେ ଶିକ୍ଷକ ସମାଜ, ସାମାଜିକ ଅନୁଷ୍ଠାନ ଓ ଶିକ୍ଷା ବିଭାଗ ତରଫରୁ ଦୀପଧୂପ ସହିତ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଦିଆଯାଇଥିଲା ଗଭୀର ଶ୍ରଦ୍ଧାଞ୍ଜଳି । ଆଜିର ଏହି କାର‌୍ୟ୍ୟକ୍ରମରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ, ବ୍ଲକ ଶିକ୍ଷା ଅଧିକାରୀ ଉମାକାନ୍ତ ସେଠୀ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଧନେଶ୍ୱର ସେଠୀ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ବେଳେ ଜିଲ୍ଲା ଲେଖକ ପରିଷଦର ସଂପାଦକ ତଥା ଶିକ୍ଷକ ନେତା ଶେଖ୍ ଅବଦୁଲ୍ ଖାଲିକ୍, ଭକ୍ତ ବଲ୍ଲଭ ବଟକୃଷ୍ଣ ମିଶ୍ର, ମାଣିକେଶ୍ଵର ସ୍ୱାଇଁ, ଉମେଶ ସ୍ୱାଇଁଙ୍କ ସମେତ ବହୁ ଶିକ୍ଷକ ଉପସ୍ଥିତ ଥିବା ବେଳେ ସାମାଜିକ କର୍ମୀ ତଥା ଇନରହ୍ବିଲ କ୍ଳବର ସଭାନେତ୍ରୀ ସ୍ନିଗ୍ଧାରାଣୀ ପଟ୍ଟନାୟକ ଓ ମା’ ଫାଉଣ୍ଡେସନର ପ୍ରତିଷ୍ଠାତା ପ୍ରକୃତିମିତ୍ର ରଞ୍ଜନ ରଶ୍ମୀ ଜେନା ଯୋଗଦେଇ ଡ. କଲାମଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ ।

error: Content is protected !!