ନୟାଗଡ଼,(ଶୁଭ୍ରାନିଲ୍): ନୟାଗଡ଼ ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟର ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ନୂଆଦିଲ୍ଲୀ ଦ୍ବାରା ଭିନ୍ନକ୍ଷମଙ୍କ କଲ୍ୟାଣ ନିମନ୍ତେ ପ୍ରତିଷ୍ଠିତ ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ଦ୍ଵାରା ବିଶ୍ଵ ଧଲାବାଡ଼ି ଦିବସ ପାଳନ ହୋଇଯାଇଛି । ଏହି ଅବସରର ଡାକ୍ତର ଅଭିଳାଷ ଦାଶଙ୍କ ଅଧକ୍ଷତାରେ ଆୟୋଜିତ କାର୍ୟ୍ୟକ୍ରମରେ ଡାକ୍ତର ପ୍ରଭୁ ଦତ୍ତ ପଣ୍ଡା, ସ୍ବତନ୍ତ୍ର ଶିକ୍ଷକ ରାମେଶ୍ବର ପାତ୍ର ପୟୋସ୍ମିନୀ ରଥ ଲୋକଜିତ୍ ପରିଡ଼ା, ଶରତ ଚନ୍ଦ୍ର ସେଠୀ, ସାଗରିକା ସାହୁ ପ୍ରମୁଖ ଯୋଗ ଦେଇ ଧଳା ବାଡ଼ି କେବଳ ଜଣେ ଦୃଷ୍ଟିହୀନ ବ୍ୟକ୍ତିର ପ୍ରତୀକ ନୁହେଁ ଏହା ତାର ଆତ୍ମବିଶ୍ବାସ ଓ ଆସ୍ଥା ର ପ୍ରତୀକ ବୋଲି ଅଭିହିତ କରିଥିଲେ । ଜଣେ ଦୃଷ୍ଟି ବାଧିତ୍ ବ୍ୟକ୍ତି ସ୍ଵାଧୀନ ଓ ସ୍ବତନ୍ତ୍ର ଭାବେ ବାଟ ଚାଲିବା ପାଇଁ ଏହି ଧଲାବାଡି ହିଁ ସାହାଯ୍ୟ କରିଥାଏ କ୍ଷ ଏହି ସମ୍ବନ୍ଧରେ ବିଶ୍ୱର ଜନ ସାଧାରଣଙ୍କୁ ସଚେତ୍ତନ କରିବା ଉଦ୍ଦେଶ୍ୟରେ ଧଳା ବାଡ଼ି ଦିବସ ପାଳନ ହୋଇଥାଏ ବୋଲି ଉପସ୍ଥିତ ସମସ୍ତଙ୍କୁ ସଚେତନ କରାଯାଇଥିଲା । ଶେଷରେ ୧୫ ଜଣ ଦୃଷ୍ଟି ବାଧିତ ବ୍ୟକ୍ତିଙ୍କୁ ଜିଲ୍ଲା ପୁନର୍ବାସ କେନ୍ଦ୍ର ତତଫରୁ ଧଳା ବାଡ଼ି ବଣ୍ଟନ କରାଯାଇଥିଲା ।
