ସାଂସ୍କୃତିକ

ଦର୍ଶକଙ୍କ ମନମୋହିଲେ କଂଣ୍ଠଶିଳ୍ପୀ ଇରା

ନୟାଗଡ଼,(ଶୁଭ୍ରାନିଲ୍‌): ନୟାଗଡ଼ ପୁରୁଣା ସହର ମଣ୍ଡାବାଗନ୍ ପଡ଼ିଆରେ ୨୨ ତମ ବୋଇତ ବନ୍ଦାଣ ଯାତ୍ରା ଉତ୍ସବ ତୃତୀୟ ସନ୍ଧ୍ୟାରେ ପୁରୀ ସାଂସଦ ସମ୍ବିତ ପାତ୍ର, ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ, ନୟାଗଡ଼ ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା, ନୟାଗଡ଼ ଏସ୍‌ଡିପିଓ ଜ୍ୟୋତିରଞ୍ଜନ ସାମନ୍ତରାୟ ପ୍ରମୂଖ ଯୋଗ ଦେଇଥିଲେ। ଏହି ଅବସରରେ ସ୍ଥାନୀୟ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସାଂସ୍କୃତିକ କାର‌୍ୟ୍ୟକ୍ରମ ସହ ସୁର ତରଙ୍ଗ ଦ୍ୱାରା ମେଲୋଡି କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସୁନାମ ଧନ୍ୟ ଓଡ଼ିଆ କଂଣ୍ଠଶିଳ୍ପୀ ଇରା ମହାନ୍ତିଙ୍କ ସଂଙ୍ଗୀତ ଦର୍ଶକଙ୍କୁ ବିମୋହିତ କରିଥିଲା । ବୋଇତ ବନ୍ଦାଣ ଯାତ୍ରାରେ ଛୋଟ ପିଲାଙ୍କ ପାଇଁ ଦୋଳି, ଟ୍ରେନ ବ୍ୟବସ୍ଥା ହୋଇଛି। ଅନେକ ଘର ଉପକରଣ ଦ୍ରବ୍ୟ, ଖାଦ୍ୟ ଷ୍ଟଲ ଖୋଲିଛି। ଆଜି ଦ୍ୱିତୀୟ ସଂଧ୍ୟା ବେଶ୍ ଗହଳି ହୋଇଥିବା ଦେଖା ଯାଇଛି। ବୋଇତ ବନ୍ଦାଣ ଯାତ୍ରା ଉତ୍ସବ କମିଟି ସଭାପତି କିଶାନ ଦାଶ କାର‌୍ୟ୍ୟକ୍ରମ ସଂଯୋଜନା କରିଥିଲେ। ସଂଯୋଜକ ଦାଶରଥି ସାହୁ, ଶ୍ରୀକାନ୍ତ ଖଟେଇ କାର‌୍ୟ୍ୟକ୍ରମ ପରିଚାଳନା କରିଥିଲେ। ପୁରୁଣା ସହର ଯୁବ ଗୋଷ୍ଠୀ କାର‌୍ୟ୍ୟକ୍ରମରେ ସହଯୋଗ କରିଥିଲେ।

error: Content is protected !!