ସାଂସ୍କୃତିକ

କୋମଣ୍ଡ କ୍ଲଷ୍ଟରରେ ସୁରଭି ଅନୁଷ୍ଠିତ

ଓଡ଼ଗାଁ,(ଶୁଭ୍ରାନିଲ୍‌): ଓଡଗାଁ ବ୍ଲକ ଅନ୍ତର୍ଗତ କୋମଣ୍ଡ ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୋମଣ୍ଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଲଳିତ ମିଶ୍ରଙ୍କ କ୍ଲଷ୍ଟରରେ ଥିବା ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ୧୨ଟି ବିଦ୍ୟାଳୟରୁ ୧୫୨ ଜଣ ଛାତ୍ର ଛାତ୍ରୀଙ୍କୁ ନେଇ କନିଷ୍ଟ ଓ ବରିଷ୍ଠ ବିଭାଗରେ ପ୍ରବନ୍ଧ, ବିତର୍କ, କୁଇଜ, ସୃଜନଶୀଳ ଲିଖନ, ସଂଗୀତ, ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର, ପି ଏମ ପୋଷଣ ଚିତ୍ରକଳା, ଶିଳ୍ପକଳା ଓ ଦଳଗତ ନୃତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀଙ୍କୁ ଅତିଥି ଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ନୂତନ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଧର ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ କାର‌୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଦୀପିକା ସେଠୀ, ନିମନ୍ତ୍ରିତ ଅତିଥି ଭାବେ ଉକ୍ତ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ମନୋଜ କୁମାର ନାୟକ, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସିମାଞ୍ଚଳ ପ୍ରଧାନ, ପୂର୍ବତନ ଅଧ୍ୟକ୍ଷ ପବିତ୍ର ମୋହନ ପ୍ରଧାନ ଯୋଗଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ ପୂର୍ବକ ଉତ୍ସାହିତ କରିଥିଲେ। ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ପରିବେଷିତ ଦଳଗତ ନୃତ୍ୟ ଦର୍ଶକ ମାନଙ୍କୁ ବିଭୋର କରିଥିଲା। କୋମଣ୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ପାରିବେଷିତ ଦଳଗତ ନୃତ୍ୟ ବ୍ଲକ ସ୍ତରୀୟ ସୁରଭି ପାଇଁ ମନୋନୀତ ହୋଇଥିଲା। ପ୍ରତିଯୋଗିତା ଗୁଡ଼ିକର ବରିଷ୍ଠ ବିଭାଗରୁ ପ୍ରବନ୍ଧରେ ଅଞ୍ଜଳି ପାତ୍ର, ବିତର୍କ ସ୍ୱପ୍ନାରାଣୀ ପ୍ରଧାନ, ଚିତ୍ରାଙ୍କନ ପପୁନ ନାୟକ, କୁଇଜ ଦୀପକ ସାହୁ, ସୃଜନଶୀଳ ଲିଖନ ଜ୍ୟୋତିର୍ମୟୀ ବେହେରା, ବକ୍ତୃତା ଶୁଭଲକ୍ଷ୍ମୀ ସୁବୁଦ୍ଧି, ସଂଗୀତ ସ୍ବପ୍ନାରାଣୀ ପ୍ରଧାନ, ପି ଏମ ପୋଷଣ ଚିତ୍ରକଳା ଶୁଭଶ୍ରୀ ପ୍ରଧାନ, ଶିଳ୍ପକଳା କାହ୍ନ। ଦଳେଇ,ଦିବ୍ୟାଙ୍ଗ ଚିତ୍ରାଙ୍କନ ଓ ସଂଗୀତରେ ସନ୍ଧ୍ୟାରାଣୀ ନାୟକ ଏବଂ କନିଷ୍ଠ ବିଭାଗରୁ ଚିତ୍ରଙ୍କନ ଛନ୍ଦିତା ନାୟକ, କୁଇଜ ଆୟୁଷ୍ମାନ ମହାରଣା, ସୃଜନଶୀଳ ଲିଖନ ମୋତି ପ୍ରଧାନ, ବକ୍ତୃତା ମାମୁନି ବଡତ୍ୟା, ସଂଗୀତ, ନିବେଦିତା ମିଶ୍ର, ଓଡ଼ିଆ ହସ୍ତାକ୍ଷର ଆୟେଶା ପ୍ରଧାନ, ପି ଏମ ଚିତାକଳା ଗୌତମ ପାତ୍ର ଓ ଦିବ୍ୟାଙ୍ଗ ଚିତ୍ରାଙ୍କନରେ ପାର୍ବତୀ ପାତ୍ର ପ୍ରଥମ ସ୍ଥାନ ଅଧିକାର କରି ବ୍ଲକ ସ୍ତରକୁ ମନୋନୀତ ହୋଇଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ତ ସହଯୋଗ କରିଥିବା ବେଳେ ସଂଯୋଜକ ଲଳିତ ମୋହନ ମିଶ୍ର କାର‌୍ୟ୍ୟକ୍ରମ ପରିଚାଳନା କରିଥିଲେ।

error: Content is protected !!