ବ୍ୟଥା

ବାଉଁଶିଆ ଚୋରୀ ଘଟଣା ପଦ୍ଦାର୍ଫାସ, ୨ ଗିରଫ

ନୟାଗଡ଼,(ଶୁଭ୍ରାନିଲ୍‌): ଶରଣକୁଳ ଥାନା ଅନ୍ତର୍ଗତ ଶରଣକୁଳ ନିକଟବର୍ତ୍ତୀ ବାଉଁଶିଆ ଗ୍ରାମର ପ୍ରଶାନ୍ତ କୁମାର ରଥଙ୍କ ଘରର ତାଲା ଭାଙ୍ଗି ଘରେ ପଶି ଚଳିତ ମାସ ୮ ତାରିଖର ବିଳମ୍ବିତ ରାତିରେ କିଛି ଅଜଣା ବ୍ୟକ୍ତି ତାଙ୍କ ଘରୁ ସୁନା ଗହଣା ସମେତ ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ଚୋରି କରି ନେଇ ଯାଇଥିଲେ। ଏଥିନେଇ ଶ୍ରୀ ରଥ ଥାନାରେ ଚୋରି ସମ୍ପର୍କରେ ଅଭିଯୋଗ କରିଥିଲେ। ଥାନାରେ ମାମଲା ରୁଜୁ କରି ଅନୁସନ୍ଧାନ ଜାରୀ ରଖିଥିଲା। ଆଜିକୁ ଦୁଇମାସ ଧରି ଚୋରମାନେ ବାଉଁଶିଆ ଗ୍ରାମର ୧୦ ଜଣଙ୍କ ଘରୁ ଚୋରି କରି ଚାଲିଥିଲେ। ଚୋରମାନଙ୍କ ପ୍ରାଦୃର୍ଭାବ ବାଉଁଶିଆ ଗ୍ରାମରେ ବଢ଼ି ଚାଲିଥିଲା। ସେହି ଦିନଠାରୁ ଶରଣକୁଳ ପୁଲିସ ଚୋରଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିଲା। ଆଜି ଶରଣକୁଳ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ କାର‌୍ୟ୍ୟାଳୟ ପରିସର ମଧ୍ୟରେ ନୟାଗଡ଼ ଅତିରିକ୍ତ ପୁଲିସ ଏସପି ସୁବାଷ ଚନ୍ଦ୍ର ପଣ୍ଡା, ଶରଣକୁଳ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଦୀପ୍ତିକାନ୍ତ ପ୍ରଧାନ, ଶରଣକୁଳ ଆଇଆଇସି ସୁଜିତ କୁମାର ଦାଶ ଏକ ସାମ୍ବାଦିକ ସମ୍ମିଳନୀରେ ଦୁଇ ଅଭିଯୁକ୍ତ ସହିତ ସେମାନଙ୍କ ଠାରୁ ଉଦ୍ଧାର କରାଯାଇଥିବା ସୁନା ଚେନ ୧ଟି, ରୂପା ଝୁଣ୍ଟିଆ ୨, ସାମସଙ୍ଗ ଟିଭି ୧ଟି, ବାଜାଜ ଗ୍ରାଇଣ୍ଡର ୧ଟି, ନୂତନ ଶାଢ଼ୀ ୨ଟି, ପିତଳ ହଣ୍ଡା ଓ ପିତ୍ତଳ ବେଲା, ଘର ଚାବି ସହ ଚୋରି ସାମଗ୍ରୀ ମାନ ଜବତ କରାଯାଇଥିବା ବେଳେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି ପ୍ରକାଶ କରିଥିଲେ। ସେମାନେ ହେଲେ ହଇରାଣିଆ ନାହାକ ଏବଂ ରାଜା ନାହାକ । ଉଭୟଙ୍କ ଘର ସେହି ଗ୍ରାମ ବାଉଁଶିଆ ଅଟେ ।

error: Content is protected !!