ବ୍ୟଥା

ବୃଦ୍ଧି ପାଉଛି ନାବାଳିକା ଓ ଯୁବତୀ ଅପହରଣ ମାମଲା

ଉଦ୍ଧାର ପରେ କାର୍ଯ୍ୟାନୁଷ୍ଠାନ କୋହଳ

ନୟାଗଡ଼,(ଶୁଭ୍ରାନିଲ୍‌): ନୟାଗଡ଼ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳ ପ୍ରେମ କାରଣରୁ ନାବାଳିକା ଓ ଯୁବତୀ ଅପହରଣ ଘଟଣା ଘଟୁଛି । ବିଗତ କିଛି ମାସ ହେବ ଏହି ଅପରାଧ ଜିଲ୍ଲାରେ ବୃଦ୍ଧି ପାଉଛି । ପୁଲିସ ପ୍ରତି ସାଧାରଣ ଲୋକଙ୍କ ମନରେ ସାମାନ୍ୟତମ ଭୟ ରହୁନଥିବାରୁ ଏଭଳି କାଣ୍ଡ ଘଟାଇବାକୁ ଯୁବପୀଢ଼ି ସାହାସ ଜୁଟାଉଛନ୍ତି । ନାବାଳିକା କିମ୍ବା ଯୁବତୀ ଅପହରଣ ଘଟଣା ସମ୍ପର୍କରେ ଅଭିଯୋଗ ଥାନାକୁ ଆସିବା ପରେ ପୁଲିସ ମାମଲା ରୁଜୁ କରି ଉଦ୍ଧାର କରିବା ପରେ କୋହଳ କାର୍ଯ୍ୟାନୁଷ୍ଠାନରୁ ଏଭଳି ମାମଲା ସଂଖ୍ୟା ବୃଦ୍ଧି ପାଉଥିବା ଆଲୋଚନା ହେଉଛି । ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ପୁଲିସ ଉପଖଣ୍ଡ, ନୟାଗଡ଼ ପୁଲିସ ଉପଖଣ୍ଡ ଏବଂ ଶରଣକୁଳ ପୁଲିସ ଉପଖଣ୍ଡ ଅଧିନରେ ରହିଥିବା ଥାନା ଗୁଡ଼ିକରେ ନାବାଳିକା ଓ ଯୁବତୀ ଅପହରଣ ଘଟଣାରେ କାହିଁକି ଥାନା ଅଧିକାରୀ ଓ ତଦନ୍ତକାରୀ ଅଧିକାରୀ କୋହଳ ମନୋଭାବ ପୋଷଣ କରୁଛନ୍ତି, ତାହା ତଦନ୍ତ ସାପେକ୍ଷ ହୋଇଛି । ମିଳିଥିବା ସୂଚନାନୁସାରେ, ନାବାଳିକା କିମ୍ବା ଯୁବତୀ ଅପହରଣ ଘଟଣାରେ ପୁଲିସ ଅଭିଯୁକ୍ତ ତଥା ଅପହରଣକାରୀ କିମ୍ବା ନାବାଳିକାଙ୍କ ମୋବାଇଲ ଫୋନ୍ ଟ୍ରାକ୍ କରି ସେମାନଙ୍କୁ ଉଦ୍ଧାର କରୁଛି । ଅନେକ କ୍ଷେତ୍ରରେ ପୁଲିସ ରାଜ୍ୟର ବିଭିନ୍ନ କୋଣ ଅନୁକୋଣକୁ ଗସ୍ତ କରୁଛି । ଏପରିକି ରାଜ୍ୟ ବାହାରକୁ ମଧ୍ୟ ଯାଉଛି । ନାବାଳିକା କିମ୍ବା ଯୁବତୀକୁ ଉଦ୍ଧାର କରାଯିବା ପରେ ଅଭିଯୁକ୍ତ ପ୍ରତି ପୁଲିସ କୋହଳ ହୋଇଯାଉଛି । କିଛି ଥାନାରେ ଜୀବନ ନଷ୍ଟ ହୋଇଯିବ କହି ମାମଲାକୁ ରଫାଦଫା କରାଯାଉଥିବାଆଲୋଚନା ହେଉଛି । ଅନେକ ଥାନାରେ ଏହି ଘଟଣାରେ ଅଭିଯୁକ୍ତ ସମ୍ପର୍କୀୟଙ୍କ ଦ୍ୱାରା ପୁଲିସ ବଶବର୍ତ୍ତୀ ହେଉଛି । ଯୁବତୀ ଅପହରଣ ଓ ନାବାଳିକା ଅପହରଣ ଘଟଣା ଭିନ୍ନ ଭିନ୍ନ ଦଫା ଉପରେ ନିର୍ଭର କରୁଛି । ନାବାଳିକା ଅପହରଣ ଘଟଣାରେ ପୁଲିସ ନାବାଳିକା ବୟାନ ଓ ଡାକ୍ତରୀ ମାଇନା ଆଧାରରେ ପକ୍‌ସୋ ଦଫା ଲଗାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବାର ନିୟମ ରହିଛି । ମାତ୍ର ନୟାଗଡ଼ର ସଦରଥାନା ସମେତ ବହୁ ଥାନାରେ ନାବାଳିକା ଉଦ୍ଧାର ପରେ ମହିଳା ପୁଲିସ ମାନେ ନାବାଳିକଙ୍କୁ ପ୍ରବର୍ତ୍ତାଇ ବୟାନ ରେକର୍ଡ଼ ଅଭିଯୁକ୍ତ ସପକ୍ଷରେ କରାଉଥିବା ଏବଂ ଡାକ୍ତରୀ ମାଇନାକୁ ନାବାଳିକା ମନା କରୁଥିବା ଘଟଣା ଦେଖିବାକୁ ମିଳିଛି । ଫଳରେ କ ଅଭିଯୁକ୍ତ ଥାନାରୁ ହିଁ ରକ୍ଷା ପାଇ ଯାଉଛି । ସମାନ ସ୍ଥିତି ଯୁବତୀ ଅପହରଣରେ ହେଉଛି । ଅପହୃତାଙ୍କ ବୟାନ ରେକର୍ଡ଼ ସମୟରେ ସେମାନେ ପକୃତ କଥାକୁ ଲୁଚାଇବା ପାଇଁ ସାଙ୍ଗ ଘରକୁ ଯାଇଥିବା ୧୬୧ ଏବଂ ୧୬୪ ବୟାନ ରେକର୍ଡ଼ରେ କହୁଥିବା ପ୍ରାୟତଃ ଦେଖାଯାଉଛି । ଏହା ଦ୍ୱାରା ଅଭିଯୁକ୍ତ ଖସି ଯିବା ସହ ପୁଲିସ ମାମଲାକୁ ଆଗକୁ ବଢ଼ାଇବାରୁ ମୁକ୍ତି ପାଉଛି । ଏହା ଦ୍ୱାରା ଅନେକ ଥାନାରେ ପୁଲିସ କର୍ମଚାରୀମାନେ ଅଭିଯୁକ୍ତଙ୍କ ସମ୍ପର୍କୀୟ ଓ ପରିବାର ଦ୍ୱାରା ଲାଭବାନ ହେଉଥିବା ଜଣାପଡ଼ିଛି । ନୟାଗଡ଼ ସଦରଥାନାରେ ଗତ ୩ ମାସ ମଧ୍ୟରେ ଅନେକ ଘଟଣାରେ ସମାନ ପରିସ୍ଥିତି ସୃଷ୍ଟି କରାଯାଇଥିବା ଆଲୋଚନା ହେଉଛି । ନାବାଳିକା ଓ ଯୁବତୀ ବୟାନ ଆଧାରରେ ମାମଲାକୁ ଥାନାରୁ ହିଁ ସମାପ୍ତ କରି ଦିଆଯିବା ବଡ଼ ସମ୍ବେଦନ ଶୀଳ ପ୍ରସଙ୍ଗ ବୋଲି ଅନେକ ଆଇନଜୀବୀ ମତ ଦେଇଛନ୍ତି । ପୁଲିସ ଲାଭଖୋର ମନବୃତ୍ତି ରଖି ହେଉ କିମ୍ବା ଚାପଗସ୍ତ ହୋଇ ଏଭଳି କରିବା ଦ୍ୱାରା ଯୁବକଙ୍କ ମଧ୍ୟରେ ଭୟ ରହୁନାହିଁ । ଯାହାକୁ ନେଇ ଜିଲ୍ଲାରେ ନାବାଳିକା ନିଖୋଜ ଓ ଅପହରଣ ଘଟଣା ବୃଦ୍ଧି ପାଉଥିଲେ ମଧ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ଏହାକୁ ଆଦୈ ନଜର ଦେଉନାହାନ୍ତି । ମାମଲାକୁ କୈାଶଳ କ୍ରମେ ଚାପିବାରେ ନୟାଗଡ଼ ସଦରଥାନା ସବୁଠାରୁ ଆଗରେ ବୋଲି ଆଲୋଚନା ହେଉଛି ।

Leave a Reply

error: Content is protected !!