ଆଖ୍ୟାନ

ଶୁଭ ହେଉ ‘ଶୁଭ୍ରାନିଲ୍‌’

୨୦୧୫ ମସିହା କଥା । ନୂଆ ନୂଆ ଗଳ୍ପ ଲେଖା । ଗଳ୍ପ ପୁସ୍ତକ ପ୍ରକାଶନକୁ ନେଇ ଶୁଭ୍ରାନିଲ୍ ଜନ୍ମ ନେଲା । ଏକ ଅଗ୍ରଣୀ ପ୍ରକାଶନ ସଂସ୍ଥା ଭାବେ ଏହାକୁ ଗଢ଼ି ତୋଳିବାର ଆଶା ଦେଖାଇଲେ କଥାକାର ତପନ ମହାପାତ୍ର । କବି ଶୁଭ୍ରଂଶୁ ବିଶ୍ୱାଳ (ଏବେକାର ଓଡ଼ିଆ ଅଧ୍ୟାପକ) ଏବଂ ମୋ ନାମକୁ ଯୋଡ଼ି ନାଁ ରଖିଥିଲେ ‘ଶୁଭ୍ରାନିଲ୍‌’ । ସେଇଠୁ ଆରମ୍ଭ ହେଲା ଶୁଭ୍ରାନିଲ୍ ପବ୍ଲିକେଶନ୍ । ୨୦୧୬ ମସିହାରୁ ୨୦୨୦ ମସିହା ମଧ୍ୟରେ ଅନେକ ଗୁଡ଼ିଏ ପୁସ୍ତକ ମଧ୍ୟ ଶୁଭ୍ରାନିଲ୍‌ରେ ପ୍ରକାଶିତ ହୋଇଛି । ୨୦୨୦ ମସିହା ପରଠାରୁ ପ୍ରକାଶନ କାର୍ଯ୍ୟଠାରୁ ଦୂରେଇ ରହିବାକୁ ପଡ଼ିଲା । ପରିସ୍ଥିତି ଓ ସମୟ ସହ ତାଳ ଦେଇ ପ୍ରକାଶନ ସଂସ୍ଥା ଆଗେଇ ପାରିଲା ନାହିଁ । ତେବେ ତପନ ମହାପାତ୍ରଙ୍କ ଦ୍ୱାରା ନାମକରଣ ହୋଇଥିବା ଶୁଭାନିଲ୍ ନ୍ୟୁଜ୍ ୱେବ୍ ପୋର୍ଟାଲ୍ ଭାବେ ସାମ୍ନାକୁ ଆସିବା କଥା ଚିନ୍ତା କରାଯାଇନଥିଲା । ହଠାତ୍ ଏକ ନିଜସ୍ୱ ନ୍ୟୁଜ୍ ୱେବ୍ ପୋର୍ଟଲ୍ କରିବା ପାଇଁ ନିଷ୍ପତ୍ତି ନିଆଗଲା । ଏଥିପାଇଁ ୭ଟି ନାମ ବଛା ଯାଇଥିଲା । ଯୋଗକୁ, ୭ଟି ନାମ ମଧ୍ୟରୁ ଶୁଭ୍ରାନିଲ୍ ନାଁ ହିଁ ଚୂଡ଼ାନ୍ତ ହେଲା । ଶୁଭ୍ରାନିଲ୍ ଆଗକୁ ଶୁଭ ହେଉ, ଏତିକି ପରିକଳ୍ପନା ।

Leave a Reply

error: Content is protected !!