ସାଂସ୍କୃତିକ

କନ୍ୟା ସନ୍ତାନ ଦିବସ ପାଳିତ

ନୟାଗଡ଼,(ଶୁଭ୍ରାନିଲ୍‌): ନୟାଗଡ଼ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ଜିଲ୍ଲାପାଳଙ୍କ ସଦଭାବନା ସଭା ଗୃହରେ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପଲତା ପାତ୍ରଙ୍କ ଅଧ୍ୟକ୍ଷତାରେ ପାଳନ ହୋଇଯାଇଛି କ୍ଷ ଉକ୍ତ କାର‌୍ୟ୍ୟକ୍ରମରେ ଡେପୁଟି କଲେକ୍ଟର ତପତି ରାଜ, ଡେପୁଟି କଲେକ୍ଟର ପ୍ରଭାତୀ ମହାରଣା, ମହିଳା ସଶକ୍ତିକରଣର ଜିଲ୍ଲା ସଂଯୋଜକ ସୌମ୍ୟ ରଞ୍ଜନ ଦାଶ ସମସ୍ତ କର୍ମଚାରୀଙ୍କ ସହିତ ଆଦିକା କିଶୋରୀମାନେ ଉପସ୍ଥିତ ଥିଲେ । ଉକ୍ତ କାର‌୍ୟ୍ୟକ୍ରମରେ ଡେପୁଟି କଲେକ୍ଟର ତପରି ରାଜ ଝିଅଙ୍କ ସ୍ୱାସ୍ଥ୍ୟ, ଶିକ୍ଷା, ଲିଙ୍ଗଗତ ସମାନତା, ଘରୋଇ ହିଂସା, ଯୌତୁକ ନିଷେଧ, ବାଲ୍ୟ ବିବାହ ନିଷେଧ ଇତ୍ୟାଦି ସମସ୍ତ ବିଷୟରେ କିଶୋରୀ ବାଳିକାଙ୍କୁ ଉଦବୋଧନ ଦେଇଥିବା ସ୍ଥଳେ ଜିଲ୍ଲା ସଂଯୋଜକ ସୌମ୍ୟ ରଞ୍ଜନ ଦାଶ ମଞ୍ଚ ପରିଚାଳନା କରିଥିଲେ କ୍ଷ ଏହି କାର୍ଯ୍ୟକ୍ରମରେ କୁଇଜ୍‌, ସଂଗୀତ, ନୃତ୍ୟ ମାଧ୍ୟ୍ୟମରେ ମହିଳା ସଶକ୍ତିକରଣକୁ ପ୍ରତିପାଦିତ କରି ଶେଷରେ ଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ ।

Leave a Reply

error: Content is protected !!