ସାଂସ୍କୃତିକ

ଜିଲ୍ଲାପାଳ ଶୁଣିଲେ ୧୩୨ ଅଭିଯୋଗ

ନୟାଗଡ଼,(ଶୁଭ୍ରାନିଲ୍‌): ନୟାଗଡ଼ ଜିଲ୍ଲା ଓଡ଼ଗାଁ ପଞ୍ଚାୟତ ସମିତି ପରିସରରେ ସୋମବାର ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ଆରକ୍ଷୀ ଅଧିକ୍ଷକ ଏମ୍ ସୁଶ୍ରୀ, ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ନୟାଗଡ଼ ଲଗ୍ନଜିତ ରାଉତ, ମୁଖ୍ୟ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ସୁଶାନ୍ତ କୁମାର ଦାସ ଏବଂ ସମସ୍ତ ବିଭାଗୀୟ ଜିଲ୍ଲା ଅଧିକାରୀ ମାନଙ୍କ ଉପସ୍ଥିତିରେ ୧୩୨ ପଞ୍ଜିକୃତ ଅଭିଯୋଗ ମଧ୍ୟରୁ ୧୨୦ ବ୍ୟକ୍ତିଗତ ଅଭିଯୋଗ, ୧୦ଗୋଟି ଗ୍ରାମ ସମୂହ ସମସ୍ୟା ଓ ୨ ଗୋଟି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ସମ୍ପର୍କିତ ସମସ୍ୟା ରହିଥିବାବେଳେ ରେଡ଼କ୍ରସ ସମ୍ବନ୍ଧୀୟ ସମସ୍ୟା ପହଁଞ୍ଚି ନଥିଲା । ଶିବିରରେ ୨୬ ଗୋଟି ସମସ୍ୟାର ତତ୍କାଳ ସମାଧାନ କରାଯାଇଥିଲା ।

error: Content is protected !!