ରାଜନୀତି

୧୯ରେ ଦମ ଦେଖାଇବେ ବେଣୁଧର

ଜନସମ୍ପକ ପଦଯାତ୍ରା ପ୍ରସ୍ତୁତି

ନୟାଗଡ଼,(ଶୁଭ୍ରାନିଲ୍‌): ଆସନ୍ତା ଅକ୍ଟୋବର ୧୯ରେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ବିଜେଡି ନେତ୍ରୀ ସାବିତ୍ରୀ ପ୍ରଧାନ ଓ ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ ଦଳୀୟ କର୍ମୀଙ୍କୁ ନେଇ ଦମ ଦେଖାଇବେ । ଖଣ୍ଡପଡ଼ା ବ୍ଲକ ସ୍ତରୀୟ ବିଜେଡ଼ି ଜନ ସଂପର୍କ ପଦଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସୋମବାର ପୂର୍ବାହ୍ନରେ ଖଣ୍ଡପଡ଼ା ବ୍ଲକ ଅଧିନ ମର୍ଦ୍ଦରାପୁର କଲ୍ୟାଣ ମଣ୍ଡପ ପରିସରରେ ଖଣ୍ଡପଡ଼ା ବ୍ଳକ ବିଜେଡ଼ି ସଭାପତି ବିଜୟ କୁମାର ତ୍ରିପାଠୀଙ୍କ ସଂଯୋଜନାରେ ଭାପୁର ବ୍ଳକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ ଉପସ୍ଥିତ ରହି କାର‌୍ୟ୍ୟକ୍ରମ ଖସଡ଼ା ପ୍ରସ୍ତୁତି କରିବା ସହ ଆଗାମୀ ଦିନରେ ଦଳକୁ ସଂଗଠିତ ରଖିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏତତ୍ ବ୍ୟତୀତ ଆସନ୍ତା ୧୯ ତାରିଖରେ ହେବାକୁ ଥିବା ଜନସଂପର୍କ ପଦଯାତ୍ରା ମର୍ଦ୍ଦରାଜପୁର ମୁଣ୍ଡିଆ ହନୁମାନ ପୀଠରୁ ବାହାରି ଖଳିସାହି ସ୍ଥିତ ତୋଟା ହନୁମାନ ପୀଠ ପର‌୍ୟ୍ୟନ୍ତ ପରିକ୍ରମା କରିବା ସହ ଏହାକୁ ଶୃଙ୍ଖଳାର ସହ ସମାପ୍ତ କରିବା ପାଇଁ ଦୃଢ଼ ନିଷ୍ପତ୍ତି ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖଣ୍ଡପଡ଼ା ଆତ୍ମା କମିଟି ଅଧ୍ୟକ୍ଷ ନାରାୟଣ ଆଚାର‌୍ୟ୍ୟ, ଯୁବ ବିଜେଡ଼ି ସଭାପତି ମନୋରଞ୍ଜନ ବେହେରା, ବରିଷ୍ଠ ବିଜେଡ଼ି ନେତା ସୂର‌୍ୟ୍ୟ ନାରାୟଣ ପ୍ରଧାନ, କୃଷ୍ଣଚନ୍ଦ୍ର ସାହୁ, ମାଧବ ଚନ୍ଦ୍ର ସାହୁ, ଦୀପକ କୁମାର ରାଉତ, ମହେନ୍ଦ୍ର କୁମାର ପଣ୍ଡା, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସୁଶାନ୍ତ କୁମାର ନାୟକ, ପ୍ରମୋଦ କୁମାର ସାହୁ, ଛାତ୍ର ସଭାପତି ବିକ୍ରମ ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ଦୁର‌୍ୟ୍ୟୋଧନ ସ୍ୱାଇଁଙ୍କ ସମେତ ଶତାଧିକ ଛାମୁଆ କର୍ମୀ ଉପସ୍ଥିତ ରହି ପଦଯାତ୍ରାକୁ ସଫଳ କରାଇବା ପାଇଁ ନିଷ୍ପତ୍ତି ନେଇଥିଲେ।

error: Content is protected !!