ନୟାଗଡ଼,(ଶୁଭ୍ରାନିଲ୍): ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ମହାନଦୀ ଅବବାହିକାରେ ଅବସ୍ଥିତ ଗାଁ ରାସଙ୍ଗ । ଏହି ଗାଁରେ ଜନ୍ମ ଗ୍ରହଣ କରିଥିବା ବିରଳ ତଥା ପରିପକ୍ୱ ରାଜନେତା ହେଉଛନ୍ତି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ । ଛାତ୍ର ଜୀବନରୁ ରାଜନୀତିକୁ ଆପଣାଇଥିବା ଅରୁଣ ଏବେ ବିଧାନସଭାରେ ରହିଥିବା ୧୪୭ ବିଧାୟକଙ୍କ ମଧ୍ୟରେ ଚର୍ଚ୍ଚାର ପାତ୍ର । ସରକାରଙ୍କୁ କାଠଗଡ଼ାକୁ ଟାଣୁଥିବା ଅରୁଣ ବିଜୁ ଜନତା ଦଳ ପାଇଁ ପାଲଟିଛନ୍ତି ମିଶାଇଲ୍ । ୨୦୦୪ ମସିହାରେ ନୟାଗଡ଼ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇ ରାଜ୍ୟ ସରକାରଙ୍କ ଉପମୁଖ୍ୟ ସଚେତକ, ଶକ୍ତି ଓ ସୂଚନା, ଲୋକ ସମ୍ପର୍କ ମନ୍ତ୍ରୀ, ଆଇନ ଓ ପଞ୍ଚାୟତରାଜ ମନ୍ତ୍ରୀ, କୃଷି ଓ ମତ୍ସ୍ୟ, ପ୍ରାଣୀ ସମ୍ପଦ, ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଭାବେ ଗୁରୁଦାୟିତ୍ୱ ତୁଲାଇଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ଅଳ୍ପ ବ୍ୟବଧାନରେ ବିଜୟୀ ହେବା ପରେ ବିରୋଧି ଆସନରେ ତାଙ୍କ ଦାୟିତ୍ୱରେ ସେ କଦାପି ପଛଘୁଞ୍ଚା ଦେଇନାହାନ୍ତି । ବିଧାନସଭାରେ ଲମ୍ବା ଆଲୋଚନା ରଖି ଓଡ଼ିଶା ରାଜନୀତିରେ ଭିନ୍ନ ପରମ୍ପରା ସୃଷ୍ଟି କରିଥିବା ଅରୁଣ ନୟାଗଡ଼ ବିକାଶକୁ ଗୁରୁତ୍ୱ ଦେବାରେ ଅବହେଳା କରିନାହାନ୍ତି । ନୟାଗଡ଼ ନିର୍ବାଚନ ମଣ୍ଡଳୀ ସମେତ ଜିଲ୍ଲାର ବିକାଶ ଓ ଉନ୍ନତୀ କିଭଳି ଆଗେଇବ ସେଥିପାଇଁ ତତ୍ପର ରହିଛନ୍ତି ।
