ରାଜନୀତି

ଇସ୍ତଫା ଦେଲେ ବିଜେପି ମଣ୍ଡଳ ସଭାପତି

ନୟାଗଡ଼,(ଶୁଭ୍ରାନିଲ୍‌): ଓଡ଼ଗାଁ ଗ୍ରାମୀଣ ବିଜେପି ମଣ୍ଡଳ ସଭାପତି ନୃସିଂହ ଚରଣ ମହାପାତ୍ର ତାଙ୍କ ପଦରୁ ସ୍ବେଛାକୃତ ଭାବରେ ଇସ୍ତଫା ପ୍ରଦାନ କରିଛନ୍ତି । ନିର୍ବାଚନ ପୂର୍ବରୁ ବିଜେପି ସକ୍ରିୟ ସଦସ୍ୟ ଭାବରେ ନିଷ୍ଠାପର ସହିତ ସେ କାର‌୍ୟ୍ୟ କରିଥିବା ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି । ବିଜେପି ସରକାରରେ ଥାଇ ମଧ୍ୟ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ଜିଲ୍ଲା ପର୍ଯ୍ୟନ୍ତ ଅସ୍ଥିତ୍ୱ ଥିବା ଭଳି ମନେ ହେଉ ନଥିବା ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି । ଯାହାକୁ ନେଇ ସେ ନିଜର ବ୍ୟକ୍ତିଗତ ଅସୁବିଧା ଦର୍ଶାଇ ଇସ୍ତଫା ପ୍ରଦାନ କରିଥିବା ଏବଂ ଇସ୍ତଫା ପତ୍ରକୁ ସୋସିଆଲ ମିଡିଆରେ ପକାଇଥିବା ଜଣାପଡ଼ିଛି । ଏନେଇ ବିଜେପି ଜିଲ୍ଲା ସଭାପତି ତାପସ କୁମାର ମାର୍ଥାଙ୍କୁ ଯୋଗାଯୋଗ କରିବାରେ, ତାଙ୍କ ପାଖକୁ କୈାଣସି ଇସ୍ତଫା ପତ୍ର ପହଞ୍ଚିନଥିବା ଏବଂ ଘଟଣା ସମ୍ପର୍କରେ ସେ ଜାଣିନଥିବା କହିଛନ୍ତି ।

error: Content is protected !!