ରାଜନୀତି ସାଂସ୍କୃତିକ

ଓଏଏସ୍ ପ୍ରଶିକ୍ଷାର୍ଥୀଙ୍କୁ ପାଠ ପଢ଼ାଇଲେ ଅଧ୍ୟକ୍ଷ

ନୟାଗଡ଼,(ଶୁଭ୍ରାନିଲ୍‌): ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଆଜି ରାଜ୍ୟ ସରକାରଙ୍କ ଗୋପବନ୍ଧୁ ଏକାଡେମୀରେ ତାମିଲ ନେଉଥିବା ପ୍ରଶିକ୍ଷାର୍ଥୀଙ୍କୁ ପାଠ ପଢ଼ାଇଛନ୍ତି । ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକଙ୍କୁ ଏକାଡେମୀ ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା । ଆଜି ସେ ଗୋପବନ୍ଧୁ ଏକାଡେମୀରେ ୨୦୨୨ ମସିହା ବ୍ୟାଚ୍ ଓଏଏସ୍ ପ୍ରଶିକ୍ଷାର୍ଥୀଙ୍କୁ ୨ଟି ପିରିୟଡ଼ ପାଠ ପଢ଼ାଇଥିବା ସୂଚନା ମିଳିଛି ।

ପଞ୍ଚାୟତ ରାଜ ବ୍ୟବସ୍ଥାରେ ଉପରେ ଶୀଯୁକ୍ତ ପଟ୍ଟନାୟକଙ୍କ ଦୀର୍ଘଦିନର ଅଭିଜ୍ଞତା ଓ ଜ୍ଞାନ ରହିଛି । ଏଥିପାଇଁ ତାଙ୍କୁ ଗୋପବନ୍ଧୁ ଏକାଡେମୀ ପକ୍ଷରୁ ନିମନ୍ତ୍ରଣ କରାଯାଇଛି । ପୂର୍ବରୁ ମଧ୍ୟ ସେ ଗୋପବନ୍ଧୁ ଏକାଡେମୀରେ ଓଏଏସ୍ ପ୍ରଶିକ୍ଷାର୍ଥୀଙ୍କୁ ପଠା ପଢ଼ାଇଛନ୍ତି । ନୟାଗଡ଼ ଜିଲ୍ଲାର ଜଣେ ବିଚକ୍ଷଣ ରାଜନେତା ଭାବେ ଜଣାଶୁଣା ଶ୍ରୀଯୁକ୍ତ ପଟ୍ଟନାୟକ ଜଣେ ଲୋକପ୍ରିୟ ମଣିଷ ଭାବେ ଜଣାଶୁଣା ।

 

error: Content is protected !!