ସାଂସ୍କୃତିକ

ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନ ଜିଲ୍ଲାସ୍ତରୀୟ ବୈଠକ

ନୟାଗଡ଼,(ଶୁଭ୍ରାନିଲ୍‌): ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନ ୨୦୨୫-୨୬ ଆର୍ଥିକ ବର୍ଷର ଦ୍ୱିତୀୟ-ତ୍ରୟମାସିକ ଜିଲ୍ଲାସ୍ତରୀୟ ଉପଦେଷ୍ଟା କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ ଅଧ୍ୟକ୍ଷତା କରିଥିଲେ । ନିର୍ଦ୍ଦେଶିକା ସୁଶ୍ରୀ ବ୍ରତତୀ ନାୟକଙ୍କ ସମେତ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କର ମୁଖ୍ୟ ଲୋହିତ ନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ଏବଂ ଜିଲ୍ଲାର ସମସ୍ତ ବିଭାଗର ମୁଖ୍ୟ ଅଧିକାରୀମାନେ ଯୋଗଦାନ କରିଥିଲେ । ୨୦୨୫-୨୬ ଆର୍ଥିକ ବର୍ଷର ଦ୍ୱିତୀୟ-ତ୍ରୟମାସିକ ସମୟ ମଧ୍ୟରେ ମୋଟ ୩୧୬ଜଣଙ୍କୁ ବିଭିନ୍ନ ଦକ୍ଷତା ଭିତ୍ତିକ ତାଲିମ ଯୋଗାଇ ଦିଆଯାଇଥିଲା । ଏହି ବୈଠକରେ ତାଲିମ ନେଇ କାର୍ଯ୍ୟକ୍ଷମ ହୋଇଥିବା ପ୍ରାର୍ଥିନୀ ସୀତା ସାହୁ ଏବଂ ପୁଷ୍ପାଞ୍ଜଳୀ ସାହୁଙ୍କୁ ପୁରସ୍କୃତ କରାଯାଇଥିଲା ।

error: Content is protected !!