ସାଂସ୍କୃତିକ

ଦୁର୍ନୀତି ନିବାରଣ ସପ୍ତାହ ପାଳନ ଉପଲକ୍ଷେ ଶପଥ ପାଠ

ନୟାଗଡ଼,(ଶୁଭ୍ରାନିଲ୍‌): ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ନୟାଗଡ଼ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କ ଅଧ୍ୟକ୍ଷତାରେ ଏକ ଶପଥ ପାଠ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କାର‌୍ୟ୍ୟାଳୟର ଡେପୁଟୀ କଲେକ୍ଟର ତପତୀ ରାଜ, ଡେପୁଟୀ କଲେକ୍ଟର ତରୁଣ କୁମାର ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର‌୍ୟ୍ୟଙ୍କ ସମେତ ଅନ୍ୟ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶପଥ ପାଠ କରାଇଥିଲେ । ଏହି ଶପଥ ପାଠ କାର‌୍ୟ୍ୟକ୍ରମ ଜିଲ୍ଲା ତଥା ସମସ୍ତ ବ୍ଲକ ଅନ୍ତର୍ଗତ ବିଭାଗୀୟ କାର‌୍ୟ୍ୟାଳୟରେ ମଧ୍ୟ ଅନୁଷ୍ଠିତ ହୋଇଛି ।

error: Content is protected !!