ବ୍ୟଥା

ମାଙ୍କଡ଼ା ବୋଝେଇ ଟ୍ରାକ୍ଟର ଜବତ

ନୟାଗଡ଼,(ଶୁଭ୍ରାନିଲ୍‌): ନୟାଗଡ଼ ଜିଲ୍ଲା ସଦରଥାନା ପୁଲିସ ଏକ ମାଙ୍କଡ଼ା ବୋଝେଇ ଟ୍ରାକ୍ଟର ଜବତ କରିଛି । ସଦରଥାନା ଅନ୍ତର୍ଗତ କ୍ରିଦାଶପୁର ପଞ୍ଚାୟତ କୋସକା ଅଞ୍ଚଳରେ ଦୀର୍ଘଦିନ ଧରି ବେଆଇନ ଭାବେ ମାଙ୍କଡ଼ା ପଥର ଖଣି ଚାଲି ଆସୁଛି । ପୁଲିସ ଏହି ଖଣି ଉପରେ ଚଢ଼ାଉ କରି ଏକ ଟ୍ରାକ୍ଟର ଜବତ କରିଛି । ଏନେଇ ସଦରଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ନୟାଗଡ଼ ଏସ୍‌ପି ଏସ୍ ସୁଶ୍ରୀ ବେଆଇନ ଖଣି କାରବାର ଉପରେ ଶୁନ୍ୟ ସହନଶୀଳତା ନୀତି ଆପଣା ଯାଇଥିବା ଟ୍ୟୁଇଟ୍ ଯୋଗେ ସୂଚନା ଦେଇଛନ୍ତି ।

error: Content is protected !!