ନୟାଗଡ଼,(ଶୁଭ୍ରାନିଲ୍): ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ଗମ୍ଭାରିଡିହି ଗ୍ରାମର ଫକିର ଡାକୁଆ ଗତକାଲି ନୟାଗଡ଼ ଆସି ଘରକୁ ଫେରିନଥିବା ଅଭିଯୋଗ ହୋଇଛି । ଫକିରଙ୍କ ପୁଅ ସତ୍ୟନାରାୟଣ ଡାକୁଆ ଏନଇ ଶରଣକୁଳ ଥାନାରେ ଅଭିଯୋଗ କରିଛନ୍ତି । ଗତକାଲି ରାତିରେ ସେ ଘରକୁ ନଫେରିବାରୁ ପରିବାର ଲୋକେ ତାଙ୍କ ନମ୍ବରକୁ ଯୋଗାଯୋଗ କରିଥିଲେ । ଫୋନ୍ ସୁଇଚ୍ ଅଫ୍ ରହିଥିଲା । ଆଜି ସକାଳୁ ପୁଣି ଫୋନ୍ ରିଙ୍ଗ ହୋଇ ସୁଇଚ୍ ଅଫ୍ ହୋଇଯାଇଥିଲା । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଥାନାରେ ଅଭିଯୋଗ କରିଥିବା ସୂଚନା ମିଳିଛି ।
