ସାଂସ୍କୃତିକ

ରାଷ୍ଟ୍ରୀୟ ପୋଷଣ ମାସ ପାଳିତ

ନୟାଗଡ଼,(ଶୁଭ୍ରାନିଲ୍‌): ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ହୋଇଯାଇଛି । କାର‌୍ୟ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶ, ଭାରପ୍ରାପ୍ତ ଉପଜିଲ୍ଲାପାଳ ପ୍ରଭାତୀ ମହାରଣା, ପୋଗ୍ରାମ ଅଫିସର୍ ଜୟଶ୍ରୀ ପଟ୍ଟନାୟକ, ଜୟଶ୍ରୀ ପ୍ରଧାନ, ସଞ୍ଜୁଲତା ପାଣିଗ୍ରାହୀ, ଜିଲ୍ଲା ସଂଯୋଜକ ଆଶିଷ ରଞ୍ଜନ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ଏହି କାର‌୍ୟ୍ୟକ୍ରମର ଥିମ ମେଦବହୁଳତା କମାଇବା ପାଇଁ ଖାଦ୍ୟରେ ତେଲ ଲୁଣ କମ କରିବା, ଶୂନରୁ ତିନି ବର୍ଷ ପିଲାଙ୍କ ବୌଦ୍ଧିକ ବିକାଶକୁ ବୃଦ୍ଧି, ଗର୍ଭବତୀ ମାଆ ଓ ଶିଶୁଙ୍କ ଯତ୍ନ ଓ ସୁରକ୍ଷା ପାଇଁ ,ମହିଳାମାନଙ୍କ ଶହ ପୁରୁଷଙ୍କ ସହଭାଗିତାକୁ ପ୍ରାଧାନ୍ୟ ଦେବା ଏହିଭଳି ବିଭିନ୍ନ ପ୍ରକାର ସଚେତନତା କରାଯାଇଥିଲା । ଉତ୍ତମ ପୋଷଣ ସୁସ୍ଥ ଜୀବନ ମାଆ ଓ ଶିଶୁ ମୃତ୍ୟୁ ହାର କମାଇବା, କୁପୋଷଣକୁ ଦୂର କରି ସୁପୋଷଣକୁ ଆଣିବା ରକ୍ତ ହୀନତା ଦୂରୀକରଣ କରାଇବା ପାଇଁ ସଚେତନ ଓ ରକ୍ତ ହୀନତା କିପର ଦୂର କରାଯାଇ ପାରିବ ତା ଉପରେ ଆଲୋଚନା ହୋଇଥିଲା। ଏହି କାର‌୍ୟ୍ୟକ୍ରମରେ ବ୍ଲକ ସ୍ତରୀୟ ଶିଶୁ ବିକାଶ ପ୍ରକଲ୍ପ ଅଧିକାରିଣୀ ଓ ଅଙ୍ଗନବାଡି କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।

error: Content is protected !!