ନୟାଗଡ଼,(ଶୁଭ୍ରାନିଲ୍): ନୟାଗଡ଼ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ସଭାଗୃହରେ ଓଡ଼ିଶା ଡାକ୍ତରୀ ସେବା ସଙ୍ଘ ନୟାଗଡ଼ ଜିଲ୍ଲା ଶାଖା ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି କ୍ଷ ଜିଲ୍ଲା ଶାଖା ସମ୍ପାଦକ ଡ଼ଃ ପ୍ରଦୀପ କୁମାର ପାଇକରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱକ୍ଷବଧାନରେ ଅନୁଷ୍ଠିତ ବୈଠକରେ ରାଜ୍ୟ କେନ୍ଦ୍ରୀୟ ମଣ୍ଡଳ ଉପସଭାପତି ଡା. ଆଶିଷ ଦୀକ୍ଷିତ ସଭାପତିତ୍ବ କରିଥିବା ବେଳେ ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ଡା. ସୁଶାନ୍ତ କୁମାର ଦାସ, ଜିଲ୍ଲା ଉପସଭାପତି ଡା. ସିଦ୍ଧାର୍ଥ ଦାଶ, ଏବଂ ସମସ୍ତ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀଙ୍କ ସମେତ ଜିଲ୍ଲାର ବହୁ ଡାକ୍ତର ଯୋଗ ଦେଇଥିଲେ କ୍ଷ ବହୁ ଦିନ ଧରି ବିଭିନ୍ନ ଦାବୀକୁ ସରକାର ଅଣଦେଖା କରୁଥିବାରୁ ସମସ୍ତ ଡାକ୍ତରମାନେ କ୍ଷୋଭ ପ୍ରକାଶ କରିଥିଲେ କ୍ଷ ନିକଟରେ ସରକାର ଏକ ବୈଠକ କରି ସଙ୍ଘ ସଭାପତି ଓ ରାଜ୍ୟ ନେତୃବୃନ୍ଦଙ୍କୁ ଦାବୀ ପୂରଣ ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିବାରୁ ସଂଘ ତରଫରୁ ଦିଆ ଯାଇଥିବା ଆନ୍ଦୋଳନ ଚେତାବନୀକୁ ଏକ ମାସ ପାଇଁ ସ୍ଥଗିତ ରଖା ଯାଇଥିଲା । ଜିଲ୍ଲାର ସମସ୍ତ ଡାକ୍ତର ମଧ୍ୟ ରାଜ୍ୟ ନିଷ୍ପତିରେ ଏକମତ ହୋଇ ଯଦି ଦାବୀ ପୂରଣ ନ ହୁଏ ଆସନ୍ତା ନଭେମ୍ବର ୨୦ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ନିଆଯାଇଛି ।
