ବ୍ୟଥା

ନିରୁତ୍ସାହିତ କରୁଛି ନିରାମୟ, ଖୋଲୁନି ବୟସ୍କ ଓ ଦିବ୍ୟାଙ୍ଗ କାଉଣ୍ଟର

ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

ନୟାଗଡ଼,(ଶୁଭ୍ରାନିଲ୍‌): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାନାଦି ଅବ୍ୟବସ୍ଥା ସାଧାରଣ ଜନତାଙ୍କୁ ଅତିଷ୍ଠ କରୁଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବେଆଇନ ପାର୍କିଂ ବ୍ୟାପକ ସମସ୍ୟା ସୃଷ୍ଟି କରୁଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ୱାର୍ଡ଼ଠାରୁ ଆରମ୍ଭ କରି ଏହାର ପରିସରକୁ ସଠିକ ଭାବେ ସଫେଇ କରାଯାଉନଥିବାରୁ ରୋଗୀ ଓ ରୋଗୀ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେଉଛି । ସବୁଠାରୁ ବଡ଼ ସମସ୍ୟା ହେଉଛି ନିରାମୟ କେନ୍ଦ୍ର । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିରାମୟ କେନ୍ଦ୍ରରେ ରୋଗୀ ଓ ରୋଗୀ ସମ୍ପର୍କୀୟଙ୍କ ଲମ୍ବାଧାଡ଼ି ଯୋଗୁଁ ଅକଥନୀୟ ଯନ୍ତ୍ରଣା ଭୋଗିବାକୁ ବାଧ୍ୟ କରାଯାଉଛି । ସକାଳ ୮ଟାରୁ ଦିନ ୨ଟା ପର‌୍ୟ୍ୟନ୍ତ ବହୁ ସଂଖ୍ୟାରେ ଗହଳି ଲାଗି ରହୁଥିବା ଦେଖିବାକୁ ମିଳିଛି । ଏତେ ପରିମାଣର ଗହଳିକୁ ଦୃଷ୍ଟି ଦେଇ ଅଧିକ କାଉଣ୍ଟର ଖୋଲିବା ଆବଶ୍ୟକତାକୁ ଦୃଷ୍ଟି ଦିଆଯାଉନାହିଁ । ନିରାମୟ କେନ୍ଦ୍ରରେ ରହିଥିବା ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ କାଉଣ୍ଟର ଦୀର୍ଘଦିନ ହେଲା ବନ୍ଦ ରହିଛି । କିଏ ଓ କାହା ନିର୍ଦ୍ଦେଶରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ କାଉଣ୍ଟର ବନ୍ଦ କରାଯାଇଛି, ତାହା ବୁଝା ପଡ଼ୁନଥିବା ବେଳେ ନିରାମୟ କେନ୍ଦ୍ର କର୍ମଚାରୀ ଏହା ଆଦୈା ଖୋଲିବ ନାହିଁ ବୋଲି ସିଧା ସିଧା ରୋଗୀଙ୍କୁ ଶୁଣାଉଛନ୍ତି । ଫଳରେ ବୟସ୍କ ଓ ଦିବ୍ୟାଙ୍ଗ ବ୍ୟକ୍ତିମାନେ ଧାଡ଼ିରେ ଠିଆ ହୋଇ ଯନ୍ତ୍ରଣା ଭୋଗୁଛନ୍ତି ।

error: Content is protected !!