ସାଂସ୍କୃତିକ

ଜିଲ୍ଲା ପୁଲିସ ପକ୍ଷରୁ ଶହୀଦ୍ ଦିବସ ପାଳିତ

ନୟାଗଡ଼,(ଶୁଭ୍ରାନିଲ୍‌): ନୟାଗଡ଼ ରିଜର୍ଭ ପଡିଆଠାରେ ୬୬ ତମ ପୁଲିସ ଶହୀଦ ଦିବସ ପାଳିତ ହୋଇଯାଇଛି । ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀ କାର‌୍ୟ୍ୟକ୍ରମରେ ଯୋଗ ଦେଇ ଶହୀଦ ସ୍ତମ୍ବରେ ଶ୍ରଦ୍ଧାଞ୍ଜଳୀ ଦେବା ସହ ରାଜ୍ୟପାଳ ଏବଂ ମୂଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପାଠ କରିଥିଲେ । ୧୯୫୯ ମସିହାରେ ଚୀନ୍ ସୈନିକଙ୍କ ଆକ୍ରମଣରେ ଲଦାଖରେ ୧୦ ଭାରତୀୟ ଯବାନଙ୍କ ବଳିଦାନକୁ ଶହୀଦ ଦିବସ ଭାବେ ପାଳନ କରାଯାଉଛି । ଦେଶରେ ଏହା ଭିତରେ ୩୯୦୦ରୁ ଅଧିକ ଯବାନ ଦେଶ ପାଇଁ ବଳିଦାନ ଦେଇଛନ୍ତି । ଏହି କାର‌୍ୟ୍ୟକ୍ରମରେ ନୟାଗଡ଼ ଏସଡିପିଓ ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ।

error: Content is protected !!