ନୟାଗଡ଼,(ଶୁଭ୍ରାନିଲ୍): କାରକୁ ସାଇଟ ଦେବାକୁ ଯାଇ ଯାତ୍ରୀବାହି ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି। ସମସ୍ତ ଯାତ୍ରୀ ସୁରକ୍ଷିତ। ଆଜି ସକାଳୁ ଫୁଲତୁଳସୀ ବସ ଖୋର୍ଦ୍ଧା ଜିଲ୍ଲା ବାଣପୁରରୁ ନୟାଗଡ ଅଭିମୁଖେ ଆସୁଥିଲା। ରଣପୁର ଥାନା ହରିପୁର ଗାଁ ନିକଟରେ ଏକ କାର ବସକୁ ଓଭର ଟେକ କରୁଥିଲା। ଓଭରଟେକ ସମୟରେ ବସ ଚାଳକ ରାସ୍ତା କଡ଼କୁ ଭର୍ତ୍ତୀ କରି ଦେଇଥିଲା। ସୁରକ୍ଷିତ ଭାବେ ସମସ୍ତ ଯାତ୍ରୀ ଗାଡ଼ିରୁ ବାହାରିଥିଲେ। ଖବର ପାଇ ରଣପୁର ପୁଲିସ ବସ ଦୁର୍ଘଟଣା ସ୍ଥଳକୁ ଯାଇ ତଦନ୍ତ ଚଳାଇଛି।
