ପ୍ରେମ

ଅବକାରୀ ଓ ପୁଲିସ ପ୍ରେମ୍ ; ରଣପୁରରେ ଚାପା ଗୁଞ୍ଜରଣ

ନୟାଗଡ଼,(ଶୁଭାନିଲ୍‌): ନୟାଗଡ଼ ଜିଲ୍ଲାରେ ଜଣେ ପୁଲିସ ଏସ୍‌ଆଇ ଓ ଅବକାରୀ ଏସ୍‌ଆଇଙ୍କ ପ୍ରେମ ଦାଣ୍ଡରେ ପଡ଼ି ହାଟରେ ଗଡ଼ିବା ନେଇ ଖବର ପ୍ରକାଶ ପରେ ରଣପୁର ଅଞ୍ଚଳରେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି । ରଣପୁର ଅଞ୍ଚଳରେ ଘଟଣାକୁ ନେଇ ବହୁତ ଚର୍ଚ୍ଚା ଧରିଛି । ପୁଲିସ ବିଭାଗ ଏସ୍‌ଆଇ ଓ ଅବକାରୀ ଏସ୍‌ଆଇଙ୍କ ପ୍ରେମ ଅବକାରୀ ଥାନାରୁ ଆରମ୍ଭ ହୋଇ ନୟାଗଡ଼ର ବିଭିନ୍ନ ହୋଟେଲ୍ ପର୍ଯ୍ୟନ୍ତ ଯାଇଥିବା ଆଲୋଚନା ହେଉଛି । ସମ୍ପୃକ୍ତ ପୁଲିସ ଏସ୍‌ଆଇଙ୍କ ନାମରେ ପୂର୍ବରୁ ଗଜପତି ଜିଲ୍ଲାରେ ନାରୀ ନିର୍ଯ୍ୟାତନା ତଥା ପ୍ରେମ ସମ୍ପର୍କ ନେଇ ଅଭିଯୋଗ ରହିଥିଲା । ନୟାଗଡ଼ ଆସିବା ପରେ ପୁଲିସ ଏସ୍‌ଆଇ ଜଣଙ୍କ ଜଣେ ମହିଳାଙ୍କୁ ଲୁଚାଛପା ବିବାହ କରିଛନ୍ତି । ଏଭଳି ସ୍ଥିତିରେ ବିବାଦୀୟ ଏସ୍‌ଆଇଙ୍କ ସହ ଅବକାରୀ ବିଭାଗ ଜଣେ ମହିଳା ଏସ୍‌ଆଇଙ୍କ ପ୍ରେମ ଚାଲିଥିବା ଜୋରସୋର ଚର୍ଚ୍ଚା ହେଉଥିଲା । ପ୍ରେମ ସମ୍ପର୍କ ଦିନକୁ ଦିନ ମଜବୁତ୍ ହୋଇ କୋର୍ଟ ମ୍ୟାରେଜ୍ ପର୍ଯ୍ୟନ୍ତ କଥା ଯାଇ ସାରିଛି । ଉକ୍ତ ପୁଲିସ ଏସ୍‌ଆଇ ଓ ଅବକାରୀ ଏସ୍‌ଆଇଙ୍କ ପ୍ରେମ କାହାଣୀ ଉଭୟ ବିଭାଗରେ ଭୁକମ୍ପନ ସୃଷ୍ଟି କରିଛି । ଅବକାରୀ ଏସ୍‌ଆଇ ବିବାହ କରିବା ପାଇଁ ଜିଦ୍ ଧରିଥିବା ବେଳେ ପୁଲିସ ଏସ୍‌ଆଇ ତାଙ୍କୁ ଭୁଆଁ ବୁଲାଉଥିବା ଆଲୋଚନା ହେଉଛି । ଏହି ଖବର ପ୍ରକାଶ ପରେ ରଣପୁର ଅଞ୍ଚଳରେ ଚାପା ଗୁଞ୍ଜରଣ ସହ ବୁଦ୍ଧିଜୀବୀ ମହଲରେ ଆଲୋଚନାର ବିଷୟ ପାଲଟିଛି ।

error: Content is protected !!