ପ୍ରେମ

ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା ; ଅବକାରୀ ଓ ପୁଲିସ ପ୍ରେମ୍‌

ନୟାଗଡ଼,(ଶୁଭାନିଲ୍‌): ନୟାଗଡ଼ ଜିଲ୍ଲାରେ ଜଣେ ପୁଲିସ ଏସ୍‌ଆଇ ଓ ଅବକାରୀ ଏସ୍‌ଆଇଙ୍କ ପ୍ରେମ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି । ପୁଲିସ ବିଭାଗ ଏସ୍‌ଆଇଙ୍କ ନାମରେ ପୂର୍ବରୁ ଅନ୍ୟ ଜିଲ୍ଲାରେ ନାରୀ ନିର୍ଯ୍ୟାତନା ତଥା ପ୍ରେମ ସମ୍ପର୍କ ନେଇ ଅଭିଯୋଗ ରହିଥିଲା । ନୟାଗଡ଼ ଆସିବା ପରେ ପୁଲିସ ଏସ୍‌ଆଇ ଜଣଙ୍କ ଜଣେ ମହିଳାଙ୍କୁ ଲୁଚାଛପା ବିବାହ କରିଥିବା ଆଲୋଚନା ହେଉଛି । ଏଭଳି ସ୍ଥିତିରେ ବିବାଦୀୟ ଏସ୍‌ଆଇଙ୍କ ସହ ଅବକାରୀ ବିଭାଗ ଜଣେ ମହିଳା ଏସ୍‌ଆଇଙ୍କ ପ୍ରେମ ଚାଲିଥିବା ଜୋରସୋର ଚର୍ଚ୍ଚା ହେଉଛି । ପ୍ରେମ ସମ୍ପର୍କ ଦିନକୁ ଦିନ ମଜବୁତ୍ ହୋଇ କୋର୍ଟ ମ୍ୟାରେଜ୍ ପର୍ଯ୍ୟନ୍ତ କଥା ଯାଇ ସାରିଛି । ଉକ୍ତ ପୁଲିସ ଏସ୍‌ଆଇ ଓ ଅବକାରୀ ଏସ୍‌ଆଇଙ୍କ ପ୍ରେମ କାହାଣୀ ଉଭୟ ବିଭାଗରେ ଭୁକମ୍ପନ ସୃଷ୍ଟି କରିଛି । ଅବକାରୀ ଏସ୍‌ଆଇ ବିବାହ କରିବା ପାଇଁ ଜିଦ୍ ଧରିଥିବା ବେଳେ ପୁଲିସ ଏସ୍‌ଆଇ ତାଙ୍କୁ ଭୁଆଁ ବୁଲାଉଥିବା ଆଲୋଚନା ହେଉଛି ।

error: Content is protected !!