More

ଥାନାରେ ଦମ୍ପତିଙ୍କୁ ଦୁର୍ବ୍ୟବହାର, ଗିରଫ ହେବେ ଏସ୍‌ଆଇ ଓ କନେଷ୍ଟବଳ

ନୟାଗଡ଼,(ଶୁଭ୍ରାନିଲ୍‌): ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅଧୀନ କଣ୍ଟିଲୋ ଫାଣ୍ଡିର ପୂର୍ବତନ ଫାଣ୍ଡି ଅଧିକାରୀ ଏସଆଇ ତଥା ରଣପୁର ଥାନାରେ କାର୍ଯ୍ୟରତ ଏସ୍‌ଆଇ ରମେଶ ଚନ୍ଦ୍ର ଜେନା ଓ କନେଷ୍ଟବଳ ସୁଧୀର କୁମାର ତାଲିଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ମାନବାଧିକାର କମିଶନ। ୨୦୨୪ ମାର୍ଚ୍ଚ ୧୯ରେ କଣ୍ଟିଲୋ ଅଞ୍ଚଳର ଅନୁସୂଚିତ ଜାତିର ମହିଳା ପ୍ରତିମା ଦଳେଇ ଓ ତାଙ୍କ ସ୍ଵାମୀ ଅଭିଯୋଗ କରିବାକୁ ଯାଇଥିବା ବେଳେ ଏସଆଇ ରମେଶ ଚନ୍ଦ୍ର ଜେନା ଓ କନେଷ୍ଟବଳ ସୁଧୀର କୁମାର ତାଲି ସେମାନଙ୍କୁ ନିର‌୍ୟ୍ୟାତନା ଦେଇଥିଲେ। ଘଟଣା ବାବଦରେ ଦମ୍ପତି ମାନବାଧିକାର କମିଶନଙ୍କ ଦ୍ଵାରସ୍ଥ ହୋଇଥିଲେ। ମାନବ ଅଧିକାର କମିସନରେ କେସ୍ ଫାଇଲ୍ ପରେ ଅଧ୍ୟକ୍ଷ ନୟାଗଡ ଏସପିଙ୍କୁ ରିପୋର୍ଟ ମାଗିଥିଲେ। ମାତ୍ର ଦୁଇ ଦୁଇ ଥର ଶୁଣାଣି ପରେ ନୟାଗଡ ଏସପି କିମ୍ବା ସମ୍ପୃକ୍ତ ଦୁଇ ଅଧିକାରୀ ହଜାର ନହେବାରୁ ବାଧ୍ୟ ହୋଇ କମିଶନ ଦୁଇ ଜଣଙ୍କ ଗିରଫ ନିମନ୍ତେ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଦୁଇ ପୁଲିସ ବାବୁଙ୍କ କାରନାମା ନୟାଗଡ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଆଗକୁ କି କାର‌୍ୟ୍ୟାନୁଷ୍ଠାନ ହେଉଛି ତାକୁ ଦେଖିବାକୁ ବାକି ରହିଲା ବୋଲି ମତପ୍ରକାଶ ପାଇଛି।

error: Content is protected !!