More

ନୟାଗଡ଼ ; ଏଆଇ ପଦ୍ଧତିରେ ଚିକିତ୍ସା କରିବେ ଡାକ୍ତର

ନୟାଗଡ଼,(ଶୁଭ୍ରାନିଲ୍‌): ନୟାଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ସୁଶାନ୍ତ କୁମାର ଦାଶଙ୍କ ନେତୃତ୍ୱରେ ନୋଇଡା ଇକ୍ୟୁଟେବଲ ଗ୍ଲୋବାଲ ହେଲଥ କେୟାର ଫାଉଣ୍ଡେସନ ପକ୍ଷରୁ ଏକ ଚାରି ଜଣିଆ ଟିମ ଗୁରୁବାର ପୂର୍ବାହ୍ନରେ ଖଣ୍ଡପଡ଼ା ବ୍ଲକ ଅଧିନ ବନମାଳିପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗ୍ରସ୍ତ କରିଥିଲେ। ଏ ଅବସରରେ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ସେଠାରେ ଉପସ୍ଥିତ ରହି ଏଆଇ କାର‌୍ୟ୍ୟ ପଦ୍ଧତିକୁ ଅନୁଧ୍ୟାନ କରିବା ସହ ରୋଗୀଙ୍କୁ ଏହା କେତେ ସହାୟକ ହେବ ଉପଲବ୍ଧି କରିଥିଲେ। ଗ୍ଲୋବାଲ ଫାଉଣ୍ଡେସନ ନିର୍ଦ୍ଦେଶକ ରିତେଶ ଏରୋନଙ୍କ କହିବା ଅନୁଯାୟୀ ଯେତେବେଳେ ଜଣେ ରୋଗୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ନିଜ ରୋଗ ସମ୍ବନ୍ଧରେ ଡାକ୍ତରଙ୍କ ସହ ପରାମର୍ଶ କରିବେ ଉକ୍ତ ସମୟରେ ଏଆଇ ମାଧ୍ୟମରେ ମୋବାଇଲ ନମ୍ବର, ବୟସ, ରୋଗର ତଥ୍ୟ, ବିଭିନ୍ନ ପରୀକ୍ଷା, ଔଷଧ ଏବଂ ପୁନର୍ବାର କେବେ ଡାକ୍ତରଙ୍କୁ ସାକ୍ଷାତ କରିବେ ଏ ସମସ୍ତ ତଥ୍ୟ ଡାକ୍ତରଙ୍କ କମ୍ପୁଟର ବା ଲାପଟପରେ ରେକର୍ଡ ଭୁକ୍ତ ହେବା ସହ ରୋଗୀର ମୋବାଇଲରେ ମେସେଜ ମାଧ୍ୟମରେ ସୁରକ୍ଷିତ ପ୍ରମାଣ ରହିବ।

error: Content is protected !!