ନୟାଗଡ଼,(ଶୁଭ୍ରାନିଲ୍): ନୟାଗଡ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଳନା ପରିଷଦ ବୈଠକ ସଭାପତି ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବିଗତ ଦିନରେ ସମ୍ପାଦକ ପରିଚାଳନା ପରିଷଦ ବିରୁଦ୍ଧରେ ଯିବା ଓ ବ୍ୟାଙ୍କକୁ କ୍ଷତି ପହଞ୍ଚାଇବାକୁ ନେଇ ନିନ୍ଦା କରାଯାଇଥିଲା। ନୟାଗଡ଼ ଜିଲ୍ଲାରେ ବ୍ୟାଙ୍କ ଶାଖା ଗୁଡ଼ିକ ସଠିକ ପରିଚାଳନା, ଋଣଦେଣ ବ୍ୟବସ୍ଥାକୁ କିଭଳି ତ୍ୱରାନ୍ୱିତ କରାଯିବ ସେ ନେଇ ଆଲୋଚନା ହୋଇଥିଲା । ଏହା ସହିତ ଚାଷୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବାକୁ ସଦସ୍ୟମାନେ ମତ ପ୍ରକାଶ କରିଥିଲେ । ବରିଷ୍ଠ ସଦସ୍ୟ ତଥା ଓଏସ୍ସିବି ନିର୍ଦ୍ଦେଶ ସନସ୍ୟା ପ୍ରଧାନ ବ୍ୟାଙ୍କୁ କିଛି ମାସ ରାଜନୈତିକ ଖେଳପଡ଼ିଆ ସଜାଇ ଦିଆଯାଇଥିବା କହିଥିଲେ । ସମ୍ପାଦକ ବୋର୍ଡ଼ ଏବଂ ବ୍ୟାଙ୍କ ବିରୁଦ୍ଧରେ ଯେଉଁ ସବୁ କାର୍ଯ୍ୟ କରିଛନ୍ତି, ସେଥିରୁ ଆଇନ ରକ୍ଷା କରିଛି ବୋଲି କହିଥିଲେ । ଭାରପ୍ରାପ୍ତ ସମ୍ପାଦକ ସରୋଜ କୁମାର ସାହାଣୀ ବୈଠକ ପରିଚାଳନା କରିଥିଲେ। ଏହି ବୈଠକରେ ଉପସଭାପତି ମୈାସୁମୀ ସାହୁ, ନିର୍ଦ୍ଦେଶକ ଦୁର୍ଯ୍ୟୋଧନ ବେହେରା, ଉପେନ୍ଦ୍ର ସାହୁ, ସୂର୍ଯ୍ୟମଣି ସାହୁଙ୍କ ସମେତ ସମସ୍ତ ପରିଚାଳନା ପରିଷଦ ନିର୍ଦ୍ଦେଶକ ଉପସ୍ଥିତ ରହିଥିଲେ ।
