ତଡ଼ା ଖାଇଲେ ହୋମିଓ ପାଥିକ ମେଡିକାଲ୍ ଅଫିସର୍
ନୟାଗଡ଼,(ଶୁଭ୍ରାନିଲ୍): ଜିଲ୍ଲା ପରିଷଦ ସଭାଗୃହ ସୃଜନଠାରେ ଆଜି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । ୬ ବର୍ଷ ପରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଶାନ୍ତ କୁମାର ଦାଶ ପ୍ରମୂଖ ମଞ୍ଚାସୀନ ରହିଥିଲେ । ଏହି ବୈଠକରେ ମେଡିକାଲ ଅଫିସର୍, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀମାନେ ସାମିଲ ହୋଇଥିଲେ । ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବୈଠକରେ ଆଜି ବିଭିନ୍ନ ବିଷୟ ଆଲୋଚନା ସହ ହୋମିଓ ପାଥିକ ଚିକିତ୍ସାଳୟରେ ତଳିଆ କର୍ମଚାରୀ ମନଇଚ୍ଛା ଔଷଧ ବିତରଣ କରିବା, ଜିଲ୍ଲାର ବିଭିନ୍ନ ସ୍ଥାନରେ ରହିଥିବା ହୋମିଓ ପାଥିକ ଚିକିତ୍ସାଳୟ ଗୁଡ଼ିକ ସଠିକ ଭାବେ ଖୋଲା ନଯିବାକୁ ନେଇ ତାଗିଦ୍ କରିଥିଲେ । ପ୍ରସ୍ତୁତ ହୋଇ ଆସିନଥିବାରୁ ମେଡିକାଲ ଅଫିସରଙ୍କୁ ବୈଠକରୁ ଚାଲି ଯିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
