ମନୋରଞ୍ଜନ ସାଂସ୍କୃତିକ

ଏସ୍‌ପିଙ୍କୁ ଭେଟିଲେ ପଦୋନ୍ନତୀ ପାଇଥିବା ପୁଲିସ ଅଧିକାରୀ

ନୟାଗଡ଼,(ଶୁଭ୍ରାନିଲ୍‌): ନୟାଗଡ଼ ଜିଲ୍ଲା ପୁଲିସରେ କାର୍ଯ୍ୟରତ ୧୧ ଜଣ ଏସ୍‌ଆଇ ଇନ୍ସିପେକ୍ଟର ସ୍ତରକୁ ପଦୋନ୍ନତୀ ପାଇଛନ୍ତି । ରାଜ୍ୟ ସରକାର ନିକଟରେ ୪ ଶହ ୨୭ ଜଣ ଏସ୍‌ଆଇଙ୍କୁ ଇନ୍ସିପେକ୍ଟର ର‌୍ୟାଙ୍କକୁ ପଦୋନ୍ନତୀ ଦେଇଛନ୍ତି । ଏହି ପଦୋନ୍ନତୀ ତାଲିକାରେ ନୟାଗଡ଼ ଜିଲ୍ଲାରେ କାର୍ଯ୍ୟରତ ୧୧ ଜଣ ଏସ୍‌ଆଇ ପଦୋନ୍ନତୀ ପାଇଛନ୍ତି । ନୟାଗଡ଼ ଜିଲ୍ଲା ଦର୍ପନାରାୟଣପୁର ଫାଣ୍ଡିରେ କାର୍ଯ୍ୟରତ ଏସ୍‌ଆଇ ଧର୍ମେନ୍ଦ୍ର ଶିଆଳ, ଚାନ୍ଦପୁର ଥାନାରେ କାର୍ଯ୍ୟରତ ଏସ୍‌ଆଇ ସଞ୍ଜୟ କୁମାର ପରିଡ଼ା, ନୟାଗଡ଼ ଟାଉନଥାନାରେ କାର୍ଯ୍ୟରତ ଏସ୍‌ଆଇ ଶିବା ରଞ୍ଜନ ସିଙ୍ଗା, ରାଜସୁନାଖଳା ଫାଣ୍ଡିରେ କାର୍ଯ୍ୟରତ ଏସ୍‌ଆଇ ପ୍ରୀତିପ୍ରକାଶ ମହାନ୍ତି, ଚାନ୍ଦପୁର ଥାନାରେ କାର୍ଯ୍ୟରତ ଏସ୍‌ଆଇ ଶ୍ରଦ୍ଧା ନାୟକ, ରଣପୁର ଥାନାରେ କାର୍ଯ୍ୟରତ ଏସ୍‌ଆଇ ସ୍ନେହଲତା ପ୍ରଧାନ, ନୟାଗଡ଼ ଟାଉନଥାନାରେ କାର୍ଯ୍ୟରତ ଏସ୍‌ଆଇ ସନ୍ତୋଷ କୁମାର ଦାଶ, ଦଶପଲ୍ଲା ଥାନା ଭାରପ୍ରାପ୍ତ ଅଧିକାରୀ ତଥା ଏସ୍‌ଆଇ ବିନୟ ରଞ୍ଜନ ପରିଡ଼ା, ରଣପୁର ଥାନାରେ କାର୍ଯ୍ୟରତ କୃତ୍ତିବାସ ହରିଚନ୍ଦନ, ମହୀପୁର ଫାଣ୍ଡିରେ କାର୍ଯ୍ୟରତ ଏସ୍‌ଆଇ ବିରଞ୍ଚି ନାରାୟଣ ଅମାତ, ଖଣ୍ଡପଡ଼ା ଥାନାରେ କାର୍ଯ୍ୟରତ ଏସ୍‌ଆଇ ଗୋପବନ୍ଧୁ ମଲ୍ଲିକ ପ୍ରମୂଖ ଇନ୍ସିପେକ୍ଟର ର‌୍ୟାଙ୍କକୁ ପଦୋନ୍ନତୀ ମିଳିଥିବା ସୂଚନା ମିଳିଛି । ଆଜି ସମସ୍ତ ପୁଲିସ ଅଧିକାରୀ ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀଙ୍କୁ ଭେଟିଛନ୍ତି ।

error: Content is protected !!