ସାଂସ୍କୃତିକ

ଜ୍ୟୋତି କଳସ ରଥଯାତ୍ରା ସହିତ ଗାୟତ୍ରୀ ଦୀପ ମହାଯଜ୍ଞ

ନୟାଗଡ଼,(ଶୁଭାନିଲ୍‌): ଅଖିଳ ବିଶ୍ବ ଗାୟତ୍ରୀ ପରିବାର,ଶାନ୍ତିକୁଞ୍ଜ ହରିଦ୍ଵାର ଆନୁକୂଲ୍ୟରେ ଦିବ୍ୟ ଅଖଣ୍ଡ ଦୀପର ଶତାବ୍ଦୀ ସମାରୋହ ଓ ପରମ ବନ୍ଦନୀୟା ମାତାଜୀ ଭଗବତୀ ଦେବୀ ଶର୍ମାଙ୍କ ଜନ୍ମ ଶତାବ୍ଦୀ ବର୍ଷ ଅବସରରେ ଶାନ୍ତିକୁଞ୍ଜ ହରିଦ୍ବାରରୁ ଆସିଥିବା ଜ୍ୟୋତି କଳସ ରଥ ଆଜି ନୟାଗଡ଼ ବ୍ଳକ୍ ଅନ୍ତର୍ଗତ ଇଟାମାଟି,ପ୍ରତାପପ୍ରସାଦ,ଘଡୁଆଳ, ଦୁର୍ଗାପ୍ରସାଦ, ନୟାଗଡ଼, ମୁକ୍ତାପୁର, ସୁବର୍ଣ୍ଣଦେଇପୁର ଓ ହାଉସିଂବୋର୍ଡରେ ପରିକ୍ରମା କରି ନିଶା ନିବାରଣ ପାଇଁ ସଚେତନତା ଶୋଭାଯାତ୍ରା କରାଯାଇ ଥିଲା। ପରିଶେଷରେ ସନ୍ଧ୍ୟା ୬ଟା ସମୟରେ ନୂଆ ଜୟପୁରରେ ଗାୟତ୍ରୀ ଦୀପ ମହାଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି। ଏହି ଜ୍ୟୋତି କଳସ ରଥରେ ଓଡିଶା ରାଜ୍ୟ ଗାୟତ୍ରୀ ପରିବାରର ବରିଷ୍ଠ କାର‌୍ୟ୍ୟକର୍ତ୍ତା ପ୍ରତାପ କୁମାର ସ୍ବାଇଁ,ଅନନ୍ତ ବଳିୟାର ସିଂହ ଓ ବିଜୟ କୁମାର ସାହୁ ଅତିଥି ଭାବେ ଯୋଗଦେଇଥିଲେ। ବରିଷ୍ଠ କାର‌୍ୟ୍ୟକର୍ତ୍ତା ତାରିଣୀ ଚରଣ ମହାରଣା ଗାୟତ୍ରୀ ଦୀପ ମହାଯଜ୍ଞକୁ ସଂଚାଳନ କରିଥିଲେ। ଗାୟତ୍ରୀ ପରିବାର ନୟାଗଡ଼ ଜିଲ୍ଲା ସଂଯୋଜକ ଭାସ୍କର ଚନ୍ଦ୍ର ସାହୁ, ସହ ସଂଯୋଜକ ଶ୍ରୀଧର ସାହୁ, ବରିଷ୍ଠ ସଦସ୍ୟ ରାହାସ ବିହାରୀ ସେଠୀ, ରାମଚନ୍ଦ୍ର ଦାସ, ପ୍ରାଣକୃଷ୍ଣ ସାହୁ, ଅଜୟ ସାହୁ, ପ୍ରଭାତ କୁମାର ବେହେରା ,ଜୟକୃଷ୍ଣ ବିଶ୍ବାଳ,କୁଙ୍କୁମ ବେହେରା,ଗାୟତ୍ରୀ ମହାପାତ୍ର ଆଦି କାର‌୍ୟ୍ୟକର୍ତ୍ତା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ଜ୍ୟୋତି କଳସ ରଥଯାତ୍ରା ଆସନ୍ତାକାଲି ଦଶପଲ୍ଲା ବ୍ଳକରେ ଅନୁଷ୍ଠିତ ହେବ ବୋଲି ଗାୟତ୍ରୀ ପରିବାର ନୟାଗଡ଼ ଜିଲ୍ଲା ସହ ସଂଯୋଜକ ଶ୍ରୀଧର ସାହୁ ସୂଚନା ପ୍ରଦାନ କରିଛନ୍ତି।

error: Content is protected !!