More

ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ

ନୟାଗଡ଼,(ଶୁଭ୍ରାନିଲ୍‌): ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମାଆ ମାନଙ୍କର ସପ୍ତଶକ୍ତି ସଙ୍ଗମ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର‌୍ୟ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ଗାୟତ୍ରୀ ପଟ୍ଟନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ପ୍ରଭାସିନୀ ବରାଡ, ନମିତା କୁମାରୀ ନାୟକ ଓ ସସ୍ମିତା ନାୟକ ସମ୍ମାନିତା ଅତିଥି ଭାବେ ଯୋଗ ଦେଇଥିଲେ। ଏଠାରେ ଅତିଥିମାନେ ପର‌୍ୟ୍ୟାବରଣ ଓ କୁଟୁମ୍ବ ପ୍ରବୋଧନରେ ମହିଳାଙ୍କ ଭୂମିକା, ପ୍ରେରଣାଦାୟୀ ମହିଳାଙ୍କ ବାର୍ତ୍ତା,ଭାରତ ବିକାଶରେ ମହିଳାଙ୍କ ଭୂମିକା ଆଦି ବିଷୟରେ ତଥ୍ୟ ଉପସ୍ଥାପନା କରିଥିଲେ। ମାନନୀୟା ଗାୟତ୍ରୀ ମହୋଦୟା ଭଗବାନଙ୍କର ଦଶ ଅବତାର ବିଷୟରେ ତଥ୍ୟ ଉପସ୍ଥାପନା କରିବା ସହିତ ପର‌୍ୟ୍ୟାବରଣ ସୁରକ୍ଷାରେ ପଞ୍ଚ \’ଜ\’ ଯେପରିକି ଜନ, ଜଳ, ଜମି, ଜୀବ, ଜଙ୍ଗଲ ଆଦି ବିଷୟରେ ନିଜର ମତ ଉପସ୍ଥାପନା କରିଥିଲେ। ତାଙ୍କ ପରେ ଶ୍ରୀମତୀ ବରାଡ ନାରୀ ଶିକ୍ଷା କିପରି ଭାରତର ବିକାଶରେ ପାଥେୟ ହୋଇଛି ସେହି ବିଷୟରେ ତଥ୍ୟ ଉପସ୍ଥାପନା କରିଥିଲେ। ଶ୍ରୀମତୀ ସସ୍ମିତା ନାୟକ ପ୍ରେରଣାଦାୟୀ ମହିଳାଙ୍କ ସମ୍ବନ୍ଧରେ ତଥ୍ୟ ଉପସ୍ଥାପନା କରିଥିଲେ। କାର‌୍ୟ୍ୟକ୍ରମ ଶେଷରେ ନମିତା ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର‌୍ୟ୍ୟକ୍ରମର ସମାପ୍ତି କରିଥିଲେ । ଉକ୍ତ କାର‌୍ୟ୍ୟକ୍ରମରେ ପ୍ରାୟ ୨୫୦ରୁ ଉର୍ଦ୍ଧ୍ବ ମାଆ ଯୋଗଦାନ କରିଥିଲେ । ବିଦ୍ୟାଳୟର ସମସ୍ତ ସେବା ବ୍ରତୀ, ପ୍ରଶାସନିକ ପରିଷଦର ସଦସ୍ୟ, ମାତୃଭାରତୀ ସଦସ୍ୟାଙ୍କର ସହଯୋଗରେ କାର‌୍ୟ୍ୟକ୍ରମଟି ସାଫଲ୍ୟ ମଣ୍ଡିତ ହୋଇଥିଲା।

error: Content is protected !!