More

ଶ୍ରୀ ରଘୁନାଥ ଜୀଉଙ୍କ ଗଜ ଉଦ୍ଧାରଣ ବେଶ

ନୟାଗଡ଼,(ଶୁଭ୍ରାନିଲ୍‌): କାର୍ତ୍ତିକ ମାସ ଶୁକ୍ଳ ହରି ଉତ୍ଥାପନ ଏକାଦଶୀ ସଂଲଗ୍ନ ଗରୁଡ଼ ଦ୍ୱାଦଶୀରେ ପଞ୍ଚୁକର ପ୍ରଥମ ସନ୍ଧ୍ୟାରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଶ୍ରୀ ରଘୁନାଥ ଜିଉଙ୍କ ଗଜ ଉଦ୍ଧାରଣ ବେଶ ଦର୍ଶନ କଲେ ଶହଶ୍ରାଧିକ ଶ୍ରଦ୍ଧାଳୁ । ଚଳିତ ବର୍ଷ ପବିତ୍ର ପଞ୍ଚୁକ ବ୍ରତ ୪ ଦିନ ପଡୁଥିବା ବେଳେ ରବିବାର ପ୍ରଥମ ଦିନରେ ଗଜ ଉଦ୍ଧାରଣ, ମତ୍ସ୍ୟ ଓ କଚ୍ଛପ, କୃଷ୍ଣ ବଳରାମ ଏବଂ ବୁଧବାର ଅନ୍ତିମ ଦିବସରେ କାଞ୍ଚି ଅଭିଯାନ ବେଶ ଅନୁଷ୍ଠିତ ହେବ । ପଞ୍ଚୁକ ପର୍ବ ଉପଲକ୍ଷେ ମନ୍ଦିରର ୩ ଚୁଡ଼ାରେ ଝଟକୁ ଥିବା ସୁସଜିତ ଆଲୋକ ମାଳା ଦର୍ଶନାର୍ଥିଙ୍କୁ ଆକର୍ଷିତ କରିଥିଲା । ଏତଦବ୍ୟତୀତ କାର୍ତ୍ତିକେଶ୍ବର ପୂଜା କମିଟି ତରଫରୁ ରଘୁନାଥ ଜିଉଙ୍କ ଝୁଲଣ ମଣ୍ଡପରେ କାର୍ତ୍ତିକେୟ ପୂଜା ଏବଂ ବଜାର ସାହି କଦମ୍ବ ଗଛ ତ୍ରିନାଥ ଜୀଉଙ୍କ ବାର୍ଷିକୋତ୍ସବରେ ସାଂସ୍କୃତିକ କାର‌୍ୟ୍ୟକ୍ରମ ପରିବେଷଣ ପରିବେଶକୁ ଆଧ୍ୟାତ୍ମିକ ମୟ କରିଥିଲା ।

error: Content is protected !!