More

ତାନସେନ ସିଂଙ୍କ ଗୀତରେ ଝୁମିଲେ ଦର୍ଶକ

ବୋଇତ ବନ୍ଦାଣ ଯାତ୍ରା ଉତ୍ସବ ଦ୍ଵିତୀୟ ସନ୍ଧ୍ୟା

ନୟାଗଡ଼,(ଶୁଭ୍ରାନିଲ): ନୟାଗଡ଼ ପୁରୁଣା ସହର ମଣ୍ଡାବାଗନ୍ ପଡ଼ିଆରେ ୨୨ ତମ ବୋଇତ ବନ୍ଦାଣ ଯାତ୍ରା ଉତ୍ସବ ଦ୍ଵିତୀୟ ସଭାରେ ମୁଖ୍ୟ ଅତିଥି ଭାବେ କଳିଙ୍ଗ ହସ୍ପିଟାଲ ଅଧ୍ୟକ୍ଷ ସୀତକଣ୍ଠ ଦାଶ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ କଳିଙ୍ଗ ହସ୍ପିଟାଲ ସିଇଓ ଏସ ସନ୍ତୋଷ କୁମାର ଦୋରା, ଜିଲ୍ଲା ପରିଷଦ ସଦସ୍ୟ ସରୋଜ ରଣସିଂ ଓ ନୟାଗଡ଼ ପୌର ପରିଷଦର ସମସ୍ତ କାଉନସିଲର ଯୋଗ ଦେଇଥିଲେ। ଏହି ଅବସରରେ ସ୍ଥାନୀୟ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଶିଳ୍ପିକା ଡାନ୍ସ ଗ୍ରୁପ ଦ୍ଵାରା ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନୟାଗଡ ମାଟିର ସନ୍ତାନ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ତାନସେନ ସିଂ ଗୀତ ଦର୍ଶକଙ୍କୁ ବିମୋହିତ କରିଥିଲା। ମେଲୋଡି କାର୍ଯ୍ୟକ୍ରମକୁ ଦର୍ଶକ ଉପଦ୍ଭୋଗ କରିଥିଲେ। ବୋଇତ ବନ୍ଦାଣ ଯାତ୍ରାରେ ଛୋଟ ପିଲାଙ୍କ ପାଇଁ ଦୋଳି, ଟ୍ରେନ ବ୍ୟବସ୍ଥା ହୋଇଛି। ଅନେକ ଘର ଉପକରଣ ଦ୍ରବ୍ୟ, ଖାଦ୍ୟ ଷ୍ଟଲ ଖୋଲିଛି। ଆଜି ଦ୍ୱିତୀୟ ସଂଧ୍ୟା ବେଶ୍ ଗହଳି ହୋଇଥିବା ଦେଖା ଯାଇଛି। ବୋଇତ ବନ୍ଦାଣ ଯାତ୍ରା ଉତ୍ସବ କମିଟି ସଭାପତି କିଶାନ ଦାଶ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସଂଯୋଜକ ଦାଶରଥି ସାହୁ, ଶ୍ରୀକାନ୍ତ ଖଟେଇ, ରଜତ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପୁରୁଣା ସହର ଯୁବ ଗୋଷ୍ଠୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

error: Content is protected !!