ସାଂସ୍କୃତିକ

୩ରୁ ୭ ଯାଏଁ କୃତ୍ରିମ ଅଙ୍ଗ ପ୍ରତିରୋପଣ ବ୍ୟବସ୍ଥା

ନୟାଗଡ଼,(ଶୁଭ୍ରାନିଲ୍‌): ନୟାଗଡ଼ ରୋଟାରୀ କ୍ଲବ ପକ୍ଷରୁ ଆସନ୍ତା ୩ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଦିବ୍ୟାଙ୍ଗଙ୍କ ପାଇଁ କୃତ୍ରିମ ଅଙ୍ଗ ପ୍ରତିରୋପଣ ବ୍ୟବସ୍ଥା କରାଯାଉଛି । ଏଥିପାଇଁ ନୟାଗଡ଼ ରୋଟାରୀ କ୍ଲବ ଓ ବ୍ରହ୍ମପୁର ରୋଟାରୀ କ୍ଲବ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ନୟାଗଡ଼ ରୋଟାରୀ କ୍ଲବ ସଭାପତି ବସିରନ୍ ବିବି, ସମ୍ପାଦକ ଅବିନାଶ ସାହୁ, ରୋଟାରୀଆନ୍ ପ୍ରବୀର ପୃଷ୍ଟି, ବ୍ରହ୍ମପୁର ରୋଟାରୀ କ୍ଲବ ଅଧ୍ୟକ୍ଷ ରଜିତ୍ ପୃଷ୍ଟି, ପ୍ରଦୀପ ପଟ୍ଟନାୟକ, ଜୟନ୍ତ କୁମାର ପାତ୍ର, ସନ୍ତୋଷ ତ୍ରିପାଠୀ ପ୍ରମୂଖ ଉପସ୍ଥିତ ରହି ସୂଚନା ପ୍ରଦାନ କରିଛନ୍ତି । ୩ରୁ ୭ ତାରିଖ ଯାଏଁ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ କୃତ୍ରିମ ଅଙ୍ଗ ତଥା ଶ୍ରବଣ ଯନ୍ତ୍ର ପାଇବା ପାଇଁ ଆଗ୍ରହୀ ଥିବା ଦିବ୍ୟାଙ୍ଗ ବ୍ୟକ୍ତିମାନେ ଆସନ୍ତା ୨ ତାରିଖ ମଧ୍ୟରେ ପଞ୍ଜିକରଣ କରିବାକୁ କ୍ଲବ ପକ୍ଷରୁ ଅନୁରୋଧ କରାଯାଇଛି । ଏଥିପାଇଁ ରୋଟାରୀ କ୍ଲବ ପକ୍ଷରୁ ରୋଟାରୀଆନ୍ ଧିରେନ୍ଦ୍ର ପଟ୍ଟନାୟକଙ୍କ ମୋବାଇଲ ନମ୍ବର ୯୨୩୮୫୬୧୨୩୩ ରେ ଯୋଗାଯୋଗ କରି ପଞ୍ଜିକରଣ କରିବାକୁ ଅନୁରୋଧ କରାଯାଇଛି । ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସହଯୋଗ କରିବା ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ସହ ସହବନ୍ଧିତ ହୋଇ ରୋଟାରୀ ପକ୍ଷରୁ ଜିଲ୍ଲାରେ ପ୍ରଥମ ଥର ପାଇଁ ଏଭଳି ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଛି ।

error: Content is protected !!