ସାଂସ୍କୃତିକ

ସିଭିଲ୍ ସୋସାଇଟ୍ ପକ୍ଷରୁ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ସମ୍ବର୍ଦ୍ଧିତ

ନୟାଗଡ଼,(ଶୁଭ୍ରାନିଲ୍‌): ନୟାଗଡ଼ ସିଭିଲ୍ ସୋସାଇଟ୍ ଆନୁକୁଲ୍ୟରେ ଚାଲିଥିବା ସପ୍ତାହ ବ୍ୟାପି କାର୍ଯ୍ୟକ୍ରମ ଅବସରରେ ଆଜି ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସିଭିଲ୍ ସୋସାଇଟ୍ ଅଧ୍ୟକ୍ଷ ଗୋଦାବରିଶ୍ ସାହୁଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଶିବିର ସମେତ ବହୁ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗ ଦେଇ ବରିଷ୍ଠ ନାଗରିକ ସମାଜର ପଥ ପଦର୍ଶକ ବୋଲି ମତ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶ, ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ରାଜ୍ୟ ସଂଘ ସଭାପତି ପ୍ରସନ୍ନ କୁମାର ଦାଶ ପ୍ରମୂଖ ମଞ୍ଚାସୀନ ହୋଇଥିଲେ । ଏହି ଅବସରରେ ଶତାୟୁ ନାଗରିକ ଧୋବା ପ୍ରଧାନଙ୍କୁ ଅତିଥିମାନେ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ନୟାଗଡ଼ ଜିଲ୍ଲାରେ ଦ୍ୱିତୀୟ ଅଯୋଧ୍ୟା ତଥା ଫତେଗଡ଼ ଶ୍ରୀରାମ ମନ୍ଦିର ନିର୍ମାଣରେ ମୁଖ୍ୟ ଭୂମିକା ନିର୍ବାହ କରିଥିବା ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସହିତ ଅନେକ ବରିଷ୍ଠ ନାଗରିିକଙ୍କୁ ସେବା ଯୋଗାଇ ଦେଉଥିବା ସେବୀକାଙ୍କୁ ସିଭିଲ୍ ସୋସାଇଟ୍ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ ସାମିଲ ହୋଇଥିଲେ । ସିଭିଲ୍ ସୋସାଇଟ୍ ଆବାହକ ଶ୍ରୀକାନ୍ତ କୁମାର ଖଟେଇ, ସମ୍ପାଦକ ଧନେଶ୍ୱର ପ୍ରଧାନଙ୍କ ସମେତ ବହୁ କର୍ମକର୍ତ୍ତା ସହଯୋଗ କରିଥିଲେ ।

error: Content is protected !!