ନୟାଗଡ,(ଶୁଭ୍ରାନିଲ): ନୟାଗଡ ଜିଲ୍ଲା ନୂଆଗାଁ ଥାନାରେ କାର୍ଯ୍ୟରତ ପୁଲିସ ଏସଆଇଙ୍କୁ ମାଡ ମାରିବା ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ ନୟାଗଡ ସଦରଥାନ ପଦ୍ମପୁର ଗାଁର ମୃତ୍ୟୁଞ୍ଜୟ ପରିଡ଼ା। ଗତକାଲି ରାତିରେ ଏସଆଇ ସୁନୀତା ସାମନ୍ତରାୟ ସଦଳବଳେ ଖାଲମାଡ଼ ଗ୍ରାମରେ ବିଶୃଙ୍ଖଳା ହେଉଥିବା ଖବର ପାଇ ଯାଇଥିଲେ। ମୃତ୍ୟୁଞ୍ଜୟ ଖାଲମଡା ଗ୍ରାମରେ ନିଶାସକ୍ତ ଅବସ୍ଥାରେ ବିଶୃଙ୍ଖଳା କରୁଥିବା ଦେଖା ଯାଇଥିଲା। ପୁଲିସ ତାଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିବାରୁ ସେ ଉତକ୍ଷିପ୍ତ ହୋଇ ଏସଆଇ ଛାତିକୁ ଧକ୍କା ମାରିଥିଲେ। ପୁଲିସ ତାଙ୍କୁ ସେଠାରୁ ଥାନାକୁ ଆଣିଥିଲେ। ଏସଆଇଙ୍କ ଅଭିଯୋଗ ଆଧାରରେ ନୂଆଗାଁ ଥାନା ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମୃତ୍ୟୁଞ୍ଜୟକୁ ଗିରଫ କରିଥିବା ସୂଚନା ମିଳିଛି।
