ନୟାଗଡ,(ଶୁଭ୍ରାନିଲ): ନୟାଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଜ଼ିଲ୍ଲା ପ୍ରଶାସନ ମିଳତ ଆନୁକୂଲ୍ୟରେ ୩ ଗୋଟି ଶିଶୁ ଗୃହରେ ଥିବା ଅନ୍ତେବାସୀଙ୍କୁ ନେଇ ଆଜି ନୟାଗଡ଼ ରୋଟାରି କ୍ଳବଠାରେ ‘ଉତ୍ସାହ ଓ ମହକ ଉଦଯାପନ ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି। ମହକ କାର୍ଯ୍ୟକ୍ରମରେ ସେମାନେ ନିଜ କ୍ରୀଡା କୌଶଳ, ନୂତ୍ୟ, ଡିବେଟ, ଚିତ୍ରଙ୍କନ ପ୍ରତିଯୋଗିତା ହୋଇଥିଲା। ବୈଠକରେ ମୁଖ୍ୟ ଅତିଥି ଭାବେ ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ପଣ୍ଡା ଅଂଶ ଗ୍ରହଣ କରି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। ରାଜ୍ୟ ସ୍ତରରେ ଭାଗ ନେଇ ନୟାଗଡ଼ ଜିଲ୍ଲା ପାଇଁ ଗୌରବ ଆଣିବାକୁ ଆହ୍ବାନ ଦେଇଥିଲେ। ଜିଲ୍ଲା ଶିଶୁସୁରକ୍ଷା ୟୁନିଟ ଅଧିକାରୀ ସିବିୟନ ପ୍ରଧାନ, ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ମହାପାତ୍ର, ସଦସ୍ୟ ଶୁଭ୍ରାଂଶୁ ଶେଖର ମିଶ୍ର ଉପସ୍ଥିତ ଥିଲେ । ବିଭିନ୍ନ ସହଯୋଗୀ ସଂସ୍ଥାର ପ୍ରତିନିଧିମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଯତ୍ନ ଅଧିକାରୀ ସତ୍ୟ ରଞ୍ଜନ ଦାସ, ଆଇନ ଅଧିକାରୀ ମହମ୍ମଦ ଅର୍ସଦ ଅଂଶରୀ, ଅଣ ଅନୁଷ୍ଠାନିକ ଅଧିକାରିଣୀ ଶୈଳବାଳା ଦାସ, କାଉନସିଲର ଚନ୍ଦ୍ରଶେଖର ବେହେରା, ଦିବ୍ୟରଞ୍ଜନ ପ୍ରଧାନ, ସତ୍ୟବ୍ରତ ମହାପାତ୍ର ପରିଚାଳନା କରିଥିଲେ। ମହକ କାର୍ଯ୍ୟକ୍ରମରେ ଶିଶୁମାନେ ନୃତ୍ୟ ଚିତ୍ରାଙ୍କନ, ବକୃତା, ସାଧାରଣ ଜ୍ଞାନ ଓ ସଂଗୀତ କାର୍ଯ୍ୟକ୍ରମରେ ଯୋଗ ଦେଲେ । ଶିଶୁମାନଙ୍କୁ ପୁରସ୍କାର ଓ ସ୍ମୃତିଚିହ୍ନ ଦିଆଯାଇଥିଲା ।
